Advertisment

୧୦ବର୍ଷ ପରେ ବି ଅସ୍ପଷ୍ଟ ପୁରୀର ଶାମୁକା ପ୍ରକଳ୍ପ; କେମିତି ହେବ ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶ ?

ପୁରୀ: ୧୦ବର୍ଷ ପରେ କେତେ ଆଗେଇଛି ଶାମୁକା ପ୍ରକଳ୍ପ ? ପୁରୀରେ ପର୍ଯ୍ୟଟନର ବିଶାଳ ସମ୍ଭାବନାର ଗୋଲାପି ଚିତ୍ର ଦେଖାଇଥିବା ଏ ଯୋଜନା କାର୍ଯ୍ୟକାରୀ ହେଲେ କେତେ ସାକାର ହେବ ପୁରୀ ବାସିନ୍ଦାଙ୍କ ସ୍ୱପ୍ନ ? ଯାହାକୁ ନେଇ ସାରା ଓଡ଼ିଶା ବାସୀଙ୍କ ମନରେ ପ୍ରଶ୍ନ ଉଠିଛି। କାରଣ ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାକୁ ନିଷ୍ପତ୍ତି ନେଇ ରାଜ୍ୟ ଟୁରିଜିମ୍ ବିଭାଗ ପୁରୀ ସିପସରୁବାଲି ମୌଜାରେ ପ୍ରାୟ ୯୭୨ ଏକର ଜମିରେ ଯେଉଁ […]

୧୦ବର୍ଷ ପରେ ବି ଅସ୍ପଷ୍ଟ ପୁରୀର ଶାମୁକା ପ୍ରକଳ୍ପ; କେମିତି ହେବ ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶ ?

samuka

Advertisment

ପୁରୀ: ୧୦ବର୍ଷ ପରେ କେତେ ଆଗେଇଛି ଶାମୁକା ପ୍ରକଳ୍ପ ? ପୁରୀରେ ପର୍ଯ୍ୟଟନର ବିଶାଳ ସମ୍ଭାବନାର ଗୋଲାପି ଚିତ୍ର ଦେଖାଇଥିବା ଏ ଯୋଜନା କାର୍ଯ୍ୟକାରୀ ହେଲେ କେତେ ସାକାର ହେବ ପୁରୀ ବାସିନ୍ଦାଙ୍କ ସ୍ୱପ୍ନ ? ଯାହାକୁ ନେଇ ସାରା ଓଡ଼ିଶା ବାସୀଙ୍କ ମନରେ ପ୍ରଶ୍ନ ଉଠିଛି। କାରଣ ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାକୁ ନିଷ୍ପତ୍ତି ନେଇ ରାଜ୍ୟ ଟୁରିଜିମ୍ ବିଭାଗ ପୁରୀ ସିପସରୁବାଲି ମୌଜାରେ ପ୍ରାୟ ୯୭୨ ଏକର ଜମିରେ ଯେଉଁ ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖିଛି, ୧୦ବର୍ଷ ପରେ ବି ଗ୍ରାଉଣ୍ଡ ଜିରୋରରେ ସ୍ଥିତି ଯଥା ପୂର୍ବଂ ତଥା ପରଂ।

Advertisment

ପାଖାପାଖି ୩୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ରୁ ୫ଟି ଷ୍ଚାର ହୋଟେଲ୍, ରିଜର୍ଟ, ସ୍ପା, ପାର୍କ, ମ୍ୟୁଜିୟମ ସହ ହସ୍ତଶିଳ୍ପ ସାମଗ୍ରୀ ହାଟ ସ୍ଥାନରେ ମାଟି ଗାଣ୍ଡୁଆଏ ବି ପଡ଼ିନି। କେବଳ ଯାହା ପାଚେରି ଘେରା ଓ ରାସ୍ତା ନିର୍ମାଣରେ ସୀମିତ ରହିଛି। କାମ ତେଣୁ ପର୍ଯ୍ୟଟନର ବିକାଶ ନେଇ ଯେଉଁ ସମ୍ଭାବନା ଦେଖାଯାଉଥିଲା ସେ ପଦ୍ମ ଯେମିତି ଧୀରେ ଧୀରେ ଘୁଞ୍ଚି ଯାଉଥିବା ଅନୁଭବ ହେଉଛି।

publive-image

ଆଶ୍ଚର୍ଯ୍ୟର କଥା ହେଲା, ଏ ବିଶାଳ ପ୍ରକଳ୍ପ ସଂପର୍କରେ କୌଣସି ତଥ୍ୟ ଭିତ୍ତିକ ସୂଚନା ସ୍ଥାନୀୟ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ପାଖରେ ନାହିଁ। ସେ କହିଛନ୍ତି ୧୦ବର୍ଷ ତଳର ଏ ପ୍ରକଳ୍ପକୁ ସେ ବିରୋଧ କରନ୍ତିନି। କିନ୍ତୁ ଏଥିରୁ କି ପ୍ରକାର ଫାଇଦା ?  ଉଭୟ ରାଜ୍ୟବାସୀ ଓ ପୁରୀ ବାସିନ୍ଦାଙ୍କ ଅବଗତି ଲାଗି ରାଜ୍ୟ ସରକାର ବିଧାନସଭାରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ଉଚିତ୍ ବୋଲି ଜୟନ୍ତ କହିଛନ୍ତି। ସେପଟେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି, ଶାମୁକା ପ୍ରକଳ୍ପରେ ବିଳମ୍ବ ହୋଇଥିଲେ ବି ଏହା ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ଯୋଜନା। ଯାହା କାର୍ଯ୍ୟକାରୀ ହେଲେ କେବଳ ପୁରୀରେ ପର୍ଯ୍ୟଟନ ନୁହେଁ, ସ୍ଥାନୀୟ ବାସିନ୍ଦାଙ୍କ ଅର୍ଥନୈତିକ ସ୍ଥିତିର ମଧ୍ୟ ବିକାଶ ହେବ। ଏବେ ଅପେକ୍ଷା, ଦୀର୍ଘ ପ୍ରତିକ୍ଷୀତ ଶାମୁକା ପ୍ରକଳ୍ପ ପୁରୀର ଭାଗ୍ୟକୁ କେବେ ଓ କିଭଳି ଉଜ୍ୱଳ କରୁଛି ?

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ