Advertisment

ଶାରୀରିକ ସଂପର୍କ ରଖିଲେ ମିଳିବ ସରକାରୀ ଘର !

କଳାହାଣ୍ଡି: ଶାରୀରିକ ସଂପର୍କ ରଖିଲେ ମିଳିବ ସରକାରୀ ଘର। ଜଣେ ଅସହାୟ ଯୁବତୀଙ୍କୁ ଆବାସ ଯୋଜନାରେ ସାମିଲ କରାଇ ଦେବାର ପ୍ରତିଶ୍ରୁତି ଏଭଳି ଉଦ୍ୟମ କରିଥିଲେ ସରପଞ୍ଚ ବାବୁ। ଏଥିପାଇଁ ବାରମ୍ବାର ପ୍ରେମ ନିବେଦନ ସହ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିବାରୁ କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର କଛାରପାଲି ସରପଞ୍ଚଙ୍କୁ ଏହା ମହାଙ୍ଗା ପଡ଼ିଛି। ମ.ରାମପୁର ଥାନାରେ ଏନେଇ ଯୁବତୀ ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଶାସକ ଦଳର ସମର୍ଥକ ବୋଲାଉଥିବା ସରପଞ୍ଚ […]

author-image
Abinash Pati
ଶାରୀରିକ ସଂପର୍କ ରଖିଲେ ମିଳିବ ସରକାରୀ ଘର !

odsh

କଳାହାଣ୍ଡି: ଶାରୀରିକ ସଂପର୍କ ରଖିଲେ ମିଳିବ ସରକାରୀ ଘର। ଜଣେ ଅସହାୟ ଯୁବତୀଙ୍କୁ ଆବାସ ଯୋଜନାରେ ସାମିଲ କରାଇ ଦେବାର ପ୍ରତିଶ୍ରୁତି ଏଭଳି ଉଦ୍ୟମ କରିଥିଲେ ସରପଞ୍ଚ ବାବୁ। ଏଥିପାଇଁ ବାରମ୍ବାର ପ୍ରେମ ନିବେଦନ ସହ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିବାରୁ କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର କଛାରପାଲି ସରପଞ୍ଚଙ୍କୁ ଏହା ମହାଙ୍ଗା ପଡ଼ିଛି।

Advertisment

ମ.ରାମପୁର ଥାନାରେ ଏନେଇ ଯୁବତୀ ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଶାସକ ଦଳର ସମର୍ଥକ ବୋଲାଉଥିବା ସରପଞ୍ଚ ରମେଶ ସାହୁଙ୍କୁ ଡାକି ପଚରାଉଚରା କରୁଛି। ନିଜେ କେସିଙ୍ଗା ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି।

ଯୁବତୀଙ୍କ ଅଭିଯୋଗ ଅନୁସାରେ-ସେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଘରଟିଏ ପାଇଁ ସରପଞ୍ଚଙ୍କୁ ନିବେଦନ କରିଥିଲେ। ତେବେ ସରପଞ୍ଚ ଘର ଦେବା ବାହାନାରେ ତାଙ୍କ ଫୋନ୍ ନମ୍ବର ନେଇ ସେଥିରେ ପ୍ରେମ ନିବେଦନ କରିବା ସହ ତାଙ୍କ ଘରକୁ ଆସି ଶାରୀରିକ ସଂପର୍କ ରକ୍ଷା କରିବାକୁ ବାଧ୍ୟ କରିଥିଲେ। ଏମିତିକି ଏକଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ।

Advertisment

ସରପଞ୍ଚଙ୍କ ଏଭଳି ଅଶାଳୀନ ଆଚରଣରେ ଅତିଷ୍ଠ ହୋଇ ଶେଷରେ ଯୁବତୀ ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେଣେ ସାଲେପାଲି ସରପଞ୍ଚ କିନ୍ତୁ ଏସବୁ ଘଟଣାକୁ ଅସ୍ୱୀକାର କରିବା ସହ ତାଙ୍କ ବିରୋଧରେ ଏହା ତାଙ୍କ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତେବେ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି।

Advertisment
Advertisment