/odishatv-khabar/media/post_attachments/uploadimage/library/16_9/16_9_0/house_1626685961.jpg)
house
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଟାଉନ ଥାନା ଲାଲ୍ଟିକ୍ରା ନିକଟସ୍ଥ ଗୋପବନ୍ଧୁନଗର ପଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସାହି ପଡ଼ିଶା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପ୍ରମାଣ ଅଭାବରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି ଉକ୍ତ ଘରେ ଦେହବେପାର ଚାଲିଥିବା ଜାଣିପାରି ସାହିର ଶତାଧିକ ମହିଳା ଚଢ଼ଉ କରିଥିଲେ। ଏ ସମ୍ପର୍କରେ ଜାଣିପାରି ଦେହଜୀବୀ ଓ ଜଣେ ଗ୍ରାହକମାନେ ଫେରାର ହୋଇଯାଇଥିଲା।
ମହିଳାମାନେ କୁହାଯାଉଥିବା କିଙ୍ଗପିନ୍(ମହିଳା), ତାଙ୍କ ପୁଅ ଓ ଜଣେ ଗ୍ରାହକକୁ କାବୁ କରିନେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଆ-ପୁଅ ଓ ଗ୍ରାହକକୁ ଥାନାକୁ ନେଇ ପଚରାଉଚରା କରୁଛି। ଏପରିକି ସେକ୍ସରାକେଟ ଚାଲିଥିବା ଘର ଭିତରୁ ଅନେକ ଆପତ୍ତିଜନକ ଜିନିଷ ପୁଲିସ ଜବତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)