Advertisment

Seven Death in One Year Linked To Ama Bus: ବର୍ଷକରେ ୭ ମୁଣ୍ଡ ନେଲାଣି ‘ଆମ ବସ୍’; କେଉଁଠି ଜୀବନ ନେଉଛି, କାହାକୁ ପଙ୍ଗୁ କରୁଛି

ବର୍ଷକରେ ୭ ମୁଣ୍ଡ ନେଲାଣି ‘ଆମ ବସ୍’। ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଲିଖିତ ଉତ୍ତର। କେଉଁଠି ଜୀବନ ନେଉଛି, କାହାକୁ ପଙ୍ଗୁ କରୁଛି। କାଲି ଆମ ବସ ଧକ୍କାରେ ଜଣେ ଆହତ ପରେ ଉଦବେଗ। ଅଘଟଣ ରୋକିବାକୁ ହେଉଛି କଡ଼ା ଯାଞ୍ଚ।

author-image
Pramod Behera
Seven Death in One Year Linked To Ama Bus

ବର୍ଷକରେ ୭ ମୁଣ୍ଡ ନେଲାଣି ‘ଆମ ବସ୍’ Photograph: (OTV)

ସହରୀ ପରିବହନର ଚେହେରା ବଦଳାଇବାକୁ ଆସିଥିଲା 'ଆମ ବସ୍'। ଲୋକଙ୍କ ଲାଇଫଲାଇନ୍ ପାଲଟିଥିବା ଏହି ବସ୍ ବାରମ୍ବାର ଦୁର୍ଘଟଣା ପାଇଁ ସୁନାମ ଅପେକ୍ଷା ଅଧିକ ଦୁର୍ନାମ ମୁଣ୍ଡାଇଛି। ବର୍ଷକ ଭିତରେ ଆମ ବସ୍ ନେଇଛି ୭ ଜୀବନ। ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଭୁବନେଶ୍ବରରେ କେବଳ ୬ ଜଣ ପ୍ରାଣ ହରାଇଛନ୍ତି। 

Advertisment

ଗତକାଲି ଭୁବନେଶ୍ବରରେ ଆମ୍ ବସ୍ ଧକ୍କାରେ ଜଣେ ସାଇକେଲ୍ ଆହୋରୀ ଆହତ ହେବା ପରେ ପୁଣି ଉଦବେଗ ପ୍ରକାଶ ପାଇଛି। ଅଘଟଣ ରୋକିବାକୁ ଯାଞ୍ଚ କଡ଼ାକଡ଼ି ସହ ସ୍ପିଡ୍ ଲିମିଟ୍ ଫିକ୍ସ କରାଯାଇଥିବା ମନ୍ତ୍ରୀ କହିଥିଲେ ବି ପଥଚାରୀ ଓ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି।

ଥମୁନି ‘ଆମ ବସ୍’ ଆତଙ୍କରାଜ। କେଉଁଠି ମୁଣ୍ଡ ନେଉଛି ତ କାହାକୁ ପଙ୍ଗୁ କରୁଛି। ଆଜି ଏଠି ତ କାଲି ଆଉ କେଉଁଠି। ବର୍ଷକରେ ଆମ ବସ୍ ନେଇଛି ୭ ମୁଣ୍ଡ।

Advertisment

ସହରୀ ପରିବହନର ଚେହେରା ବଦଳାଇବାକୁ ଆସିଥିବା ଆମ ବସକୁ ଆଉ ସୁରକ୍ଷିତ ଭାବୁ ନାହାନ୍ତି ସାଧାରଣ ଲୋକ। ଲାଇଫଲାଇନର ଏହି ଚକା ତଳେ ଚାପି ହୋଇ ବର୍ଷକରେ ଚାଲିଗଲାଣି ୭ ଅମୂଲ୍ୟ ଜୀବନ। ଖୋଦ୍ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ ଏନେଇ ଲିଖିତ ଉତ୍ତର ଦେଇଛନ୍ତି। 

ସବୁଠାରୁ ଉଦବେଗଜନକ ବିଷୟ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ଥିତି। ଏଠାରେ କେବଳ ୬ ଜଣଙ୍କ ମୁଣ୍ଡ ନେଇଛି 'ଆମ ବସ୍'। କଟକରେ ଜଣେ ପ୍ରାଣ ହରାଇଛନ୍ତି। କେବଳ ମୃତ୍ୟୁ ନୁହେଁ, ବର୍ଷକରେ ଗୁରୁତର ହୋଇଛନ୍ତି ୮ ଜଣ। ସେମାନଙ୍କ ଭିତରେ ଭୁବନେଶ୍ୱରରୁ ୪ ଏବଂ ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଆମ ବସ୍ ଧକ୍କାରେ ଜଣେ ଲେଖାଏଁ ଗୁରୁତର ହୋଇଛନ୍ତି। 

ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ରୋକିବାକୁ ୨୮ହଜାର ୭୦୦ ଥର କରାଯାଇଛି ଯାଞ୍ଚ। ଏଥିସହ ଫିକ୍ସ କରାଯାଇଛି ସ୍ପିଡ୍ ଲିମିଟ। ଇଲେକ୍ଟ୍ରିକ ବସ ବେଗ ୩୫ କିମି, ଡ଼ିଜେଲ ଚାଳିତ ବସ ବେଗ ୪୦ ଓ ରାଜପଥରେ ଗଡୁଥିବା ଆମ ବସ୍ ସ୍ପିଡ୍ ୫୦ କିମି ଭିତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ଯେତେ ସଚେତନ କି କାର୍ଯ୍ୟାନୁଷ୍ଠାନ ନେଲେ ବି କିଲର ବସର ଦୁର୍ନାମ ମୁଣ୍ଡାଇଥିବା ଆମ ବସକୁ ନେଇ ଆତଙ୍କ ଥମୁନି। ଗତକାଲି ରାଜଧାନୀରେ ଜଣେ ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ପଳାଶପଲ୍ଲୀ ଓଭରବ୍ରିଜ୍ ତଳେ ଆମ୍ ବସ ଦୁର୍ଘଟଣା ଘଟାଇବା ପରେ ତାତିଥିଲେ ଉତ୍ୟକ୍ତ ଲୋକ। ଢ଼େଲା ପଥର ମାଡ଼ କରି ବସରେ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଥିଲେ। 

ପୂର୍ବରୁ ଗତ ଜାନୁଆରୀ ୩ ତାରିଖରେ ରୁପାଲି ଛକରେ ଗୋଟିଏ ଅଟୋକୁ ଆମ ବସ୍ ଚାପି ଦେବା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ତାପରେ ବିଭିନ୍ନ ସମୟରେ ଅଘଟଣ ପରେ ଆମ ବସକୁ ନେଇ ଲୋକଙ୍କ ଭିତରେ ଆକ୍ରୋଶ ବଢୁଛି।

ରାସ୍ତାର ଭିଡ଼ ଭିତରେ କେଉଁଠି କେତେବେଳେ କୌଣସି ଏକ ଭୁଲ୍ ପାଇଁ ଆମ ବସ୍ ସହ ବାରମ୍ବାର ଦୁର୍ଘଟଣା ଘଟୁଛି। ଆମ ବସ୍ ପଥଚାରୀଙ୍କୁ ଧକ୍କା ଦେଉଛି ଏକଥା ସତ। କିନ୍ତୁ ଅନ୍ୟମାନେ ବେପରୁଆ ଗାଡ଼ି ଚାଳନା ପାଇଁ ବି ଆମ ବସ୍ ସହ ପିଟି ହେଉଛନ୍ତି। ତେବେ ପରିସ୍ଥିତିକୁ ନବୁଝି ନଜାଣି ଅନେକ ସମୟରେ ଆମ ବସ ସହ ଗୁଣ୍ଡାଗର୍ଦ୍ଦି କରୁଛନ୍ତି କିଛି ଅସାମାଜିକ। 

ଅନ୍ୟପଟେ କ୍ରୁଟ୍ ଦ୍ବାରା ପରିଚାଳିତ ଆମ ବସକୁ ଟ୍ରାକକୁ ଫେରାଇ ଆଣିବାକୁ ବଡ଼ କସରତ କରାଯାଉଛି। ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧି, ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ ସହ ନିୟମିତ ଟ୍ରେନିଂ, ବସର ଫିଟନେସ୍ ଯାଞ୍ଚ ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ତଥାପି ଥମୁନି ଆମ ବସ ଯାତନା। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। 

Ama Bus Odisha Accident Odisha News
Advertisment
Advertisment