Advertisment

‘ହାତୀ ମିଳୁନାହାନ୍ତି, ରଥ ଟାଣିବା ଲାଗି ସେବାୟତ ପ୍ରସ୍ତୁତ’

ପୁରୀ: ରଥଯାତ୍ରାକୁ ଆଉ ରହିଲା ମାତ୍ରେ ଏକ ସପ୍ତାହ। କିନ୍ତୁ ଏହାକୁ ନେଇ ରାଜ୍ୟ ସରକାର ଏଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି। ବର୍ତ୍ତମାନ ହାତୀ ମିଳୁନଥିବାରୁ ରଥ କିପରି ଟଣାଯିବ ସେନେଇ ଦଇତାପତିମାନେ ପ୍ରଶ୍ନ ଉଠାଇଛନ୍ତି। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର […]

‘ହାତୀ ମିଳୁନାହାନ୍ତି, ରଥ ଟାଣିବା ଲାଗି ସେବାୟତ ପ୍ରସ୍ତୁତ’

puri rath yatra 2020

Advertisment

ପୁରୀ: ରଥଯାତ୍ରାକୁ ଆଉ ରହିଲା ମାତ୍ରେ ଏକ ସପ୍ତାହ। କିନ୍ତୁ ଏହାକୁ ନେଇ ରାଜ୍ୟ ସରକାର ଏଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି। ବର୍ତ୍ତମାନ ହାତୀ ମିଳୁନଥିବାରୁ ରଥ କିପରି ଟଣାଯିବ ସେନେଇ ଦଇତାପତିମାନେ ପ୍ରଶ୍ନ ଉଠାଇଛନ୍ତି।

Advertisment

ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର ନିଜର ନିଷ୍ପତ୍ତି ଘୋଷଣା କରିବା ଦରକାର। ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଥିବା ସେ କହିଛନ୍ତି।

ପୂର୍ବରୁ ବଡ଼ଦାଣ୍ଡରେ ବାଲି ଥିଲା ବୋଲି ହାତୀ ରଥ ଟାଣୁଥିଲେ। ଏବେ ହାତୀ ମିଳୁନାହାନ୍ତି। ତା ହେଲେ ରଥ କିପରି ଟଣାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମେସିନରେ ରଥ ଟଣା ପ୍ରସ୍ତାବକୁ ସେ ନାପସନ୍ଦ କରିବା ସହିତ ରଥଟଣାକୁ ନେଇ ରାଜନୀତି କରିବା ଠିକ୍ ନୁହଁ ବୋଲି ସେ କହିଛନ୍ତି। ବିନାୟକ ଦାସମହାପାତ୍ର ଆଜି ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ ଭେଟିଥିଲେ।

Advertisment

ଅପରପଟେ ସୁପ୍ରିମକୋର୍ଟରେ ଆସନ୍ତା ୧୮ ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି। ଓଡ଼ିଶା ବିକାଶ ପରିଷଦ ଦାୟର କରିଥିବା ମାମଲାର ଶୁଣାଣି ହେବ ବୋଲି ମାମଲା ଲଢୁଥିବା ଓକିଲ ହିତେନ୍ଦ୍ର ନାଥ ରଥଙ୍କ ସୂଚନା ଦେଇଛନ୍ତି।

OTV Khabar Rath Yatra-2020 Puri Rath Yatra 2020 Puri Chariot Festival 2020 Rath Yatra 2020 Live Rath Yatra 2020 Live Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ