/odishatv-khabar/media/post_attachments/uploadimage/library/16_9/16_9_0/dadagiri_1626688147.jpg)
dadagiri
ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଆଇଆଇସି ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ରାଜ୍ୟ ମହିଳା କମିଶନଙ୍କୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ। ବିଂଝାରପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କିଛି ଅସାଧୁ ବେଆଇନ ବାଣ ବ୍ୟବସାୟୀ ଜଣେ ନାବାଳିକାଙ୍କୁ କୌଣସି ଏକ କାରଣରୁ ମାଡ ମାରିଥିଲେ।
Advertisment
ପରେ ନାବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ। ହେଲେ ଥାନାର ଆଇଆଇସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ଓଲଟା ଜେଲରେ ପୁରେଇ ଦେବେ ବାଲି ଧମକ ଦେଇଥିବା ଅଭିଯୋଗ ହୋଇଛି ।
ତେବେ ସଂପୃକ୍ତ ଆଇଆଇସି ମାମଲା ରୁଜୁ ନକରିବାରୁ ଶେଷରେ ଯାଜପୁର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସ୍ପିଙ୍କ ହସ୍ତକ୍ଷେପ ପରେ ବିଂଝାରପୁର ଥାନାରେ ନାବାଳିକାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି। ତେବେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନାବାଳିକାଙ୍କ ସହ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମହିଳା କମିଶନଙ୍କୁ ଭେଟିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)