/odishatv-khabar/media/post_attachments/uploadimage/library/16_9/16_9_0/umaracourt_1626697734.jpg)
umaracourt
ଉମରକୋଟ: ପୁଣି ରକ୍ଷକ ସାଜିଛି ଭକ୍ଷକ। କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଜଣେ ନାବାଳିକାଙ୍କୁ ବଳତ୍କାର ଓ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ୱିତ ହେବା ପରେ ଏବେ ଜଣେ ମହିଳା ହୋମଗାର୍ଡଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ।
ହୋମଗାର୍ଡଜଣଙ୍କ ଜଣେ ଯୁବତୀଙ୍କୁ ୪ବର୍ଷ ହେଲା ଅପହରଣ କରି ନିର୍ଯାତନା କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ। ଫଳରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା।
ଖବର ଅନୁଯାୟୀ, ଉମରକୋଟ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ତାଙ୍କ ଗାଁର ଜଣେ ମହିଳା ହୋମଗାର୍ଡ ଶୁକ୍ରୀ ମାଝି ପ୍ରାୟ ୪ବର୍ଷ ହେବ ଉମରକୋଟ ସହରକୁ ଆଣିଥିଲେ। କିନ୍ତୁ ହୋମଗାର୍ଡ ଜଣଙ୍କ ଯୁବତୀଙ୍କ ପରିବାର ଲୋକଙ୍କୁ ଜଣାଇନଥିଲେ। ତେବେ ଯୁବତୀ ଜଣଙ୍କ ଅନେକ ସମୟରେ ହୋମଗାର୍ଡଙ୍କ ଘରକୁ ଯାଆସ କରୁଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକେ ସନ୍ଦେହ କରି ହୋମଗାର୍ଡଙ୍କୁ ତାଙ୍କ ଝିଅ ବିଷୟରେ ପଚରାଉଚରା କରିଥିଲେ। ହୋମଗାର୍ଡ ଜଣଙ୍କ ଝିଅ ବିଷୟରେ କିଛି ଜାଣିନଥିବା କହିଥିଲେ।
ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଯୁବତୀଙ୍କ ପରିବାର ଲୋକେ ଗାଁ ଲୋକଙ୍କୁ ଜଣାଇଥିଲେ। ତେବେ ମହିଳା ଜଣଙ୍କ ଥାନାରେ ଚାକିରି କରିଥିବାରୁ ଥାନାର ଦ୍ୱାରସ୍ଥ ନହେବା ପାଇଁ ଗାଁ ଲୋକେ ପରାମର୍ଶ ଦେଇଥିଲେ। ଗାଁ ଲୋକଙ୍କ କଥା ଶୁଣି ଝିଅ ମରିଯାଇଥିବା ଭାବି ପରିବାର ଲୋକେ ଚୁପ୍ ରହିଲେ।
ଯୁବତୀଙ୍କୁ ହୋମଗାର୍ଡଜଣଙ୍କ ଉମରକୋଟରେ ଏକ ଭଡ଼ା ଘରେ ୪ବର୍ଷ ହେଲାଣି ବନ୍ଧକ ରଖିଥିଲେ। ଆଉ ସେଠାରେ ଯୁବତୀଙ୍କୁ ନିର୍ଯାତନା କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ମେ’ ୧୭ ତାରିଖ ଦିନ ହୋମଗାର୍ଡ ଜଣଙ୍କ ଯୁବତୀଙ୍କୁ ଘରେ ଛାଡ଼ି ଦେଇଥିଲେ। ଏତେ ବର୍ଷ ପରେ ଝିଅକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ପରିବାର ଲୋକେ।
ଯୁବତୀଙ୍କ କହିବା ଅନୁଯାୟୀ, ମହିଳା ହୋମଗାର୍ଡ ଶୁକ୍ରୀ ମାଝି ତାଙ୍କୁ ମାର୍ପିଟ୍ କରିବା ସହ ଯୌନଶୋଷଣ କରୁଥିଲେ ବୋଲି ନିଜ ପରିବାରକୁ କହିଥିଲେ। ଆଉ ଏ ବିଷୟରେ କାହାକୁ ଯଦି କହିବୁ, ତେବେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ମହିଳା ହୋମଗାର୍ଡ। ଏନେଇ ଗତକାଲି ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)