Advertisment

ଜଟଣୀରେ ଲଗାତର ୭ଟି ବୋମାମାଡ଼; ଘରର କାନ୍ଥ ଭାଙ୍ଗି ଚୁର୍‌ମାର; ୨ ଆହତ

ଖୋର୍ଦ୍ଧା: ଜଟଣୀ ସ୍ଥିତ ମୁଣ୍ଡିଆସାହିରେ ସିରିଜ୍ ବୋମାମାଡ଼ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପ୍ରାୟ ୭ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ରେ ଜଣେ ପୁରୁଷ ଓ ଜଣେ ମହିଳା ଆହତ ହୋଇଥିବାବେଳେ ସେମାନଙ୍କୁ ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏସ୍.କେ.ଶାହାବୁଦ୍ଦିନ ନାମକ ଜଣେ ଯୁବକ ରବୀନ୍ଦ୍ର ପ୍ରଧାନଙ୍କ ଘର ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଘରର ଆଜବେଷ୍ଟସ ଭାଙ୍ଗିବା ସହ ଘର କାନ୍ଥ ବି ଭାଙ୍ଗିରୁଜି ଯାଇଛି। ଏହି […]

author-image
Abinash Pati
ଜଟଣୀରେ ଲଗାତର ୭ଟି ବୋମାମାଡ଼; ଘରର କାନ୍ଥ ଭାଙ୍ଗି ଚୁର୍‌ମାର; ୨ ଆହତ

khrdha

ଖୋର୍ଦ୍ଧା: ଜଟଣୀ ସ୍ଥିତ ମୁଣ୍ଡିଆସାହିରେ ସିରିଜ୍ ବୋମାମାଡ଼ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପ୍ରାୟ ୭ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ରେ ଜଣେ ପୁରୁଷ ଓ ଜଣେ ମହିଳା ଆହତ ହୋଇଥିବାବେଳେ ସେମାନଙ୍କୁ ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଏସ୍.କେ.ଶାହାବୁଦ୍ଦିନ ନାମକ ଜଣେ ଯୁବକ ରବୀନ୍ଦ୍ର ପ୍ରଧାନଙ୍କ ଘର ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଘରର ଆଜବେଷ୍ଟସ ଭାଙ୍ଗିବା ସହ ଘର କାନ୍ଥ ବି ଭାଙ୍ଗିରୁଜି ଯାଇଛି। ଏହି ବୋମାମାଡ଼ ସମୟରେ ଘର ପାଖରେ ଛିଡ଼ା ହୋଇଥିବା ନାରାୟଣ ଦାସ ଏବଂ ରୀନା ପ୍ରଧାନ ଆହତ ହୋଇଛନ୍ତି।

ଉଭୟଙ୍କୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାସ୍ତାକଡ଼ରେ ମାଛ ବ୍ୟବସାୟକୁ ନେଇ ପ୍ରଥମେ ଗଣ୍ଡଗୋଳ ଓ ପରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମାମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଛାନ୍‌ଭିନ୍ ଜାରି ରଖିଛି।

Advertisment
Advertisment
Advertisment