Advertisment

୪ ଜାଗାରେ ଧକ୍କା କଲା ଗୋଟିଏ କାର

ବ୍ରହ୍ମଗିରି: ସାତପଡ଼ାରୁ ପୁରୀ ଫେରୁଥିବା ଏକ କାର୍‌ର ୪ଟି ଜାଗାରେ ଦୁର୍ଘଟଣା କରିଛି। ୨ଟି ସ୍ଥାନରେ ବାଇକ୍ ଏବଂ ୨ଟି ସ୍ଥାନରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ପଳାଉଥିବା କାର ଡ୍ରାଇଭରକୁ ଗୋଡ଼ାଇ ଲୋକେ ଧରିଛନ୍ତି। ଆଜି ସନ୍ଧ୍ୟାରେ ପୂରୀ ସାତପଡ଼ା ଜାତୀୟ ରାଜପଥରେ ଏକ କାର ୪ ସ୍ଥାନରେ ଦୁର୍ଘଟଣା କରିଛି। ଏହି ଦୁର୍ଘଟଣାରେ ୫ଜଣ […]

author-image
Chandan Shishu
ଅଦ୍ୟତନ ହୋଇଛି
୪ ଜାଗାରେ ଧକ୍କା କଲା ଗୋଟିଏ କାର

car

ବ୍ରହ୍ମଗିରି: ସାତପଡ଼ାରୁ ପୁରୀ ଫେରୁଥିବା ଏକ କାର୍‌ର ୪ଟି ଜାଗାରେ ଦୁର୍ଘଟଣା କରିଛି। ୨ଟି ସ୍ଥାନରେ ବାଇକ୍ ଏବଂ ୨ଟି ସ୍ଥାନରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ପଳାଉଥିବା କାର ଡ୍ରାଇଭରକୁ ଗୋଡ଼ାଇ ଲୋକେ ଧରିଛନ୍ତି।

Advertisment

publive-imageଆଜି ସନ୍ଧ୍ୟାରେ ପୂରୀ ସାତପଡ଼ା ଜାତୀୟ ରାଜପଥରେ ଏକ କାର ୪ ସ୍ଥାନରେ ଦୁର୍ଘଟଣା କରିଛି। ଏହି ଦୁର୍ଘଟଣାରେ ୫ଜଣ ଗୁରୁତର ହିଓ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ପୁରୀ ସଦର ଚିକିତ୍ସା ଲୟକୁ ସ୍ଥାନାନ୍ତର ହୋଇଛନ୍ତି। ଏହି କାରଟି ଏକ ଟ୍ୟୁରିଷ୍ଟ ଗାଡ଼ି। କିଛି ପର୍ଯ୍ୟଟକ ସାତପଡ଼ା ନିକଟ ଗବକୁଣ୍ଡ ଚିଲିକାକୁ ବୁଲିବାକୁ ଆସିଥିଲେ।

ଭୋଜି ସାରି ଫେରିବା ବେଳେ ପ୍ରଥମେ ସୁନମୁହିଁ ଛକ, କଲେଜ ଛକ, ବ୍ଲକ ଛକ, କାଠୁଆ ଅରେଡି ଛକରେ ଶିରିଜି ଦୁର୍ଘଟଣା କରି ଫେରାର ହୋଇ ଯିବା ବେଳେ କେରାଣ୍ଡିଆ ଛକରେ ଭରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଛି। ଲୋକେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି କାର ଡ୍ରାଇଭରକୁ ଅଟକ ରଖି କାର୍‌କୁ ଜବତ କରିଛି ।

Advertisment
Advertisment
Advertisment