Advertisment

କରୋନା ସଂଜିବନୀ ନେବାକୁ ହସ୍ପିଟାଲରେ ବରିଷ୍ଠ ନାଗରିକ ଓ ବହୁବିଧ ରୋଗୀଙ୍କ ଭିଡ଼

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଏଁ ଦେଶ ଓ ରାଜ୍ୟର ଶୀର୍ଷ ନେତୃତ୍ୱ କରୋନା ଟିକା ନେବା ପରେ ଏବେ ଭ୍ୟାକ୍ସିନେସନ ପାଇଁ ବଢୁଛି ବୟସ୍କଙ୍କ ଆଗ୍ରହ। ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଦିନରେ ସବୁ ସରକାରୀ ମେଡିକାଲରେ ଦେଖିବାକୁ ମିଳିିଥିଲା ଲମ୍ବା ଲାଇନ୍।

author-image
Sarbeswar
କରୋନା ସଂଜିବନୀ ନେବାକୁ ହସ୍ପିଟାଲରେ ବରିଷ୍ଠ ନାଗରିକ ଓ ବହୁବିଧ ରୋଗୀଙ୍କ ଭିଡ଼

vaccine

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଏଁ ଦେଶ ଓ ରାଜ୍ୟର ଶୀର୍ଷ ନେତୃତ୍ୱ କରୋନା ଟିକା ନେବା ପରେ ଏବେ ଭ୍ୟାକ୍ସିନେସନ ପାଇଁ ବଢୁଛି ବୟସ୍କଙ୍କ ଆଗ୍ରହ। ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଦିନରେ ସବୁ ସରକାରୀ ମେଡିକାଲରେ ଦେଖିବାକୁ ମିଳିିଥିଲା ଲମ୍ବା ଲାଇନ୍। ଏଣେ ବିଧାୟକ ଓ ସାଂସଦମାନେ ବି ବିନା ଦ୍ୱିଧାରେ ଟିକା ନେଉଥିବା ଦେଖିବାକୁ ମିଳିଛି। ତେବେ ଗଞ୍ଜାମ ଜିଲ୍ଲାରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବଢିଛି ଚିନ୍ତା।

Advertisment

ହଟୁଛି ସଂଶୟ, ଆଗ୍ରହ ବଢୁଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱର-କଟକ-ରାଉରକେଲା ସବୁଠି ସରକାରୀ ହସ୍ପିଟାଲମାନଙ୍କରେ କରୋନା ସଂଜିବନୀ ନେବାକୁ ବୟସ୍କଙ୍କ ଭିଡ଼ ରହିଥିଲା। ସିନିୟର ସିଟିଜେନଙ୍କ ସହ ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ, ସେମାନେ ବି ଟିକା ନେବାକୁ ଦେଖାଇଛନ୍ତି ଉତ୍କଣ୍ଠା। ରାଉରକେଲା ଜେନେରାଲ ହସ୍ପିଟାଲରେ ସକାଳୁ ସକାଳୁ ଟିକା ନେବାକୁ ବରିଷ୍ଠ ନାଗରିକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଏମିତିକି ଭିଡ଼ ଏତେ ବଢ଼ିଥିଲା ଯେ, କିିଛି ସମୟ ପାଇଁ ଅଣାୟତ ସ୍ଥିତି ସୃଷ୍ଟି ହୋଇଥିଲା।

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବି ଟିକା ନେବାକୁ ପରିଚୟ ପତ୍ର ସହ ଲାଇନ୍ ଲଗାଇଥିଲେ ବୟସ୍କ। ଯେଉଁମାନେ ପୂର୍ବରୁ ନାଁ ପଞ୍ଜିକରଣ କରିଛନ୍ତି ସେମାନେ ହୁଅନ୍ତୁ କି ନୂଆ ସମସ୍ତଙ୍କୁ କରୋନା ଟିକା ଦିଆଯାଇଥିଲା। ସୂଚନା ଅନୁସାରେ ଗତକାଲି ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସର ୧୧ ହଜାର ୨୮୯ ଜଣ ଓ ଅନ୍ୟ ବୟସର ୩ ଶହ ବହୁବିଧ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୧୧ ହଜାର ୫୮୯ ଜଣଙ୍କୁ ଭ୍ୟାକସିନ୍ ଦିଆଯାଇଥିଲା। ହେଲେ ଖୁସିର କଥା କାହାରି ଜଣଙ୍କଠାରେ ବି ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା। ତେଣୁ କୌଣସି ଦ୍ୱନ୍ଦ୍ୱ ନରଖି ସବୁ ବରିଷ୍ଠ ନାଗରିକ ଭ୍ୟାକସିନ୍ ନେବାକୁ ଆହ୍ୱାନ ଦେଇଛନ୍ତି ଟିକା ନେଇ ସାରିଥିବା ବୟସ୍କ ନାଗରିକ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ଏମାନେ ଟିକା ନେବା ପରେ କରୋନା ସଂଜୀବନୀ ପ୍ରତି ବଢୁଛି ନେତାଙ୍କ ଆଗ୍ରହ। ବିଧାନସଭା ପରିସରରେ ଥିବା ଡିସ୍ପେନ୍ସାରୀରେ ବିଧାୟକ, ପୂର୍ବତନ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କୁ ଦିଆଯାଇଛି କରୋନା ଟିକା। ଆଜି ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଭିତରେ ଅଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ, ନବଚରଣ ମାଝି, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ଦେବୀ ମିଶ୍ର ଓ ଅମର ଶତପଥୀଙ୍କ ସହ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର।

ସେହିପରି ବଲାଙ୍ଗିରରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଟିକା ନେଇଥିବାବେଳେ ନୂଆପଡ଼ାରେ ଟିକା ନେଇଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ତେବେ ପତ୍ନୀଙ୍କ ସହ ଟିକା ନେବାକୁ ଆସିଥିବା ବିଧାୟକ ସୁର ରାଉତରାୟ ତାଙ୍କ ଜମାଣିଆ ଶୈଳୀରେ ସମସ୍ତଙ୍କୁ ଟିକା ନେବାକୁ ଦେଇଥିଲେ ଆହ୍ୱାନ କରିଥିଲେ। ସେପଟେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପତ୍ନୀଙ୍କ ସହ ବିଜୟଓ୍ୱାଡା ସରକାରୀ ମେଡିକାଲରେ ନେଇଛନ୍ତି ଟିକା।

ସେପଟେ ଗଞ୍ଜାମ ଜିଲ୍ଲାରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢିଛି। ତାଙ୍କ ଦେହରେ ଥିବା ଭୁତାଣୁର ଅନୁଧ୍ୟାନ ପାଇଁ ILS କୁ ପଠାଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ଓ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ହୋମ୍ ଆଇସୋଲେସନରେ ଥିବା ଜଣାଯାଇଛି। ରିପୋର୍ଟ ଆସିବା ପରେ ଏହା କେଉଁ ଷ୍ଟ୍ରେନର ଭୁତାଣୁ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Advertisment
Advertisment