Advertisment

ଏନକାଉଣ୍ଟରରେ ସିନିୟର କ୍ୟାଡର ମାଓବାଦୀ ନିହତ

ବରଗଡ଼: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।  SOG ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଏହି କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା…

author-image
Minati Mishra
ଅଦ୍ୟତନ ହୋଇଛି
ଏନକାଉଣ୍ଟରରେ ସିନିୟର କ୍ୟାଡର ମାଓବାଦୀ ନିହତ

maobadi

ବରଗଡ଼: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।  SOG ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଏହି କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଲେ ଡିଜି ଅଭୟ।

Advertisment

ସୂଚନା ଥାଉ କି, ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ  ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଏସଓଜି ଓ ଓଡିଶା ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଉଭୟ ଏସଓଜି ଓ ଓଡିଶା ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । 

ଅପରେଶନ ସମୟରେ ପ୍ରଥମେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ।  ପୋଲିସ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ଗୁଳିବିନିମୟ ହୋଇଥିଲା। ଏଥରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି। ତେବେ ପ୍ରାଥମିକ ଅବସ୍ଥାନରେ ନିହତ ମାସବାଦୀଙ୍କ ପରିଚୟ ମିଳି ପାରିନ ଥିଲା। ପରେ ତାଙ୍କର ପରିଚୟ ମିଳିଛି। 

Advertisment

ବରଗଡ଼ରେ ନିହତ ନକ୍ସଲ ହେଉଛନ୍ତି ଡିସିଏମ୍-ଡିଭିଜନ୍ କମିଟି ମେମ୍ବର ରାଙ୍କର ମାଓବାଦୀ ରବୀନ୍ଦ୍ର। ଏନେଇ ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି ଆଇଜି ଅପରେସନ୍ ଅମିତାଭ ଠାକୁର। ନିହତ ମାଓବାଦୀ ବରଗଡ଼-ବଲାଙ୍ଗିର ମହାସମୁନ୍ଦ ଡିଭିଜନର୍। ସେ ବରଗଡ଼ ଲୋକାଲ୍ ଅର୍ଗନାଇଜେସନ୍ ସ୍କ୍ୱାଡ୍‌ର ମୁଖ୍ୟ ଥିଲେ। DCM ରାଙ୍କର ମାଓବାଦୀ ହୋଇଥିବାରୁ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

ସେ ଆହୁରି କହିଛନ୍ତି ରବୀନ୍ଦ୍ରର ଏନକାଉଣ୍ଟର ପୋଲିସ୍ ପାଇଁ ଏକ ବଡ଼ ସଫଳତା ।  ଗତକାଲି ରାତିରେ ଛତିଶଡ଼ଗଡ଼ ପଟୁ ୧୦ରୁ ୧୨ ଜଣ ମାଓବାଦୀ ପଶିଥିବା ପରେ ଅପରେସନ୍ ଆରମ୍ଭ ହୋଇଥିଲା।  ଖବର ମିଳିବା ପରେ ଫୋର୍ସ ଜଙ୍ଗଲରେ ଆରମ୍ଭ କରିଥିଲେ କମ୍ବିଂ। ଏହି ସମୟରେ ପୋଲିସ୍ ଉପରକୁ ଗୁଳି ମାଡ଼ କରିଥିଲେ ନକ୍ସଲ। ଯାହାର ଜବାବ ଦେଇଥିଲେ ସୁରକ୍ଷାବାହିନୀ। ଘଟଣା ପରେ ଅଞ୍ଚଳରେ କମ୍ବିଂ ଅପରେସନକୁ ବଢ଼ାଯାଇଛି। ଘଟଣାସ୍ଥଳରୁ ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ ହୋଇଛି।

ଏ ସମ୍ପର୍କରେ ସୂଚନା ଦେଇ ଡିଜି ଅଭୟ କହିଛନ୍ତି, ମାଓବାଦୀ ଟିମ୍‌ରେ କ୍ୟାଡର ନେତାମାନେ ଏକେ-୪୭ ବ୍ୟବହାର କରନ୍ତି। ନିହତ ମାଓବାଦୀଙ୍କ ପାଖରୁ ଏକେ-୪୭ ମିଳିଥିବାରୁ ସେ କ୍ୟାଡର ମାଓବାଦୀ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

Advertisment
Advertisment