Advertisment

ଜାଗରଯାତ୍ରା ପାଇଁ ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି

କଟକ: ଜାଗରଯାତ୍ରା ଅବସରରେ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୧୧ ତାରିଖରେ ଶିବରାତ୍ରୀ ତିଥି ଥିବାବେଳେ ଏହି ବର୍ଷ ଜାଗରଯାତ୍ରା ଲାଗି ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକଙ୍କୁ ନେଇ ଆୟୋଜିତ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି। ୧୧ […]

ଜାଗରଯାତ୍ରା ପାଇଁ ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି

dhabaleswara

Advertisment

କଟକ: ଜାଗରଯାତ୍ରା ଅବସରରେ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୧୧ ତାରିଖରେ ଶିବରାତ୍ରୀ ତିଥି ଥିବାବେଳେ ଏହି ବର୍ଷ ଜାଗରଯାତ୍ରା ଲାଗି ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକଙ୍କୁ ନେଇ ଆୟୋଜିତ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment

ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି। ୧୧ ତାରିଖ ସକାଳ ୬ଟାରୁ ୧୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ। କେବଳ ପୀଠରେ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ମହାଦୀପ ଉଠିବ।

ଏନେଇ ଆଠଗଡ଼ ଉପଜିଲ୍ଲାପଳ ଅଜାମ୍ବର ମୋହାନ୍ତି କହିଛନ୍ତି “ଚଳିତ ଥର ଅଧିକ ଲୋକ ଭିଡ଼ି ଜମିବାର ସମ୍ଭାବନା ରହିଛି। ତେଣୁ ଭିଡ଼କୁ ପ୍ରତିହତ କରିବା ପାଇଁ ପୀଠରେ ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ୧୧ ତାରିଖ ସକାଳ ୬ଟା ଠାରୁ ୧୨ ତାରଖ ସକାଳ ପର୍ଯ୍ୟନ୍ତ ଧାରା ଜାରି ରହିବ। ଠାକୁରଙ୍କ ନୀତିକାନ୍ତି ଠିକ୍ ଭାବେ ସମ୍ପାଦନ ହେବା ସହିତ ଆଇନ୍‌କାନୁନ୍‌ ବ୍ୟବସ୍ଥା ଠିକ୍ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ ହେବେ।”

Advertisment

ଏହି ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ, ପୂଜକ ସମିତି ସଭାପତି, ସଂପାଦକ, ଚୌଦ୍ୱାର SDPOଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଚଳିତ ବର୍ଷ କୋଭିଡ ୧୯ କଟକଣା ଭିତରେ ପଙ୍କଉଦ୍ଧାର ଓ ଜାଗରଯାତ୍ରା ପାଳିତ ହେବ। ସିମୀତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ ତାରିଖରେ ପଙ୍କଉଦ୍ଧାର ହେବ। ତେବେ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା କରାଯାଇଛି।

Advertisment

ବର୍ଷକରେ ଗୋଟିଏ ଦିନ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀଙ୍କ ସହ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି। ଏବର୍ଷ ଏହି ସୁଯୋଗ ମିଳିବ ନାହିଁ। ମହାଶିବରାତ୍ରି ପାଇଁ ମଧ୍ୟ ଅନେକ କଟକଣା ରହିଛି। ବାହାର ଦୀପ ଦୋକାନୀ ଆସିପାରିବେ ନାହିଁ। ଭଜନ ସମାରୋହ ଉପରେ କଟକଣା ଜାରି କରାଯାଇଛି।

ଶ୍ରୀଲୋକନାଥଙ୍କ ମନ୍ଦିରକୁ ପ୍ରବେଶ ସ୍ଥାନରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ବାଧ୍ୟତାତାମୂଳକ ରହିଛି। ଜାଗର ଯାତ୍ରା ଦିନ ରାତ୍ର ୧୨ଟା ପରିବର୍ତ୍ତେ ଭୋର ୪ ଟାରୁ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୨ଟା ପର୍ଯ୍ୟନ୍ତ ଚାଲିବ। ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ