/odishatv-khabar/media/post_attachments/uploadimage/library/16_9/16_9_0/sakhi_1625091183.jpg)
sakhi
ପୁରୀ : ପୁରୀ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା। ରାତି ପାହିଲେ ଅଁଳା ନବମୀ ଏଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ମଧ୍ୟରାତ୍ରିରୁ ଏହାକୁ ଲାଗୁ କରାଯିବ। ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।
Advertisment
ଏଥିସହ ମନ୍ଦିର ଚାରିପଟର ୨୦୦ ମିଟର ପର୍ଯ୍ୟନ୍ତ ଏହି ଧାରା ଲାଗୁ ହେବ। ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ କହିଛି। ଅଁଳା ନବମୀରେ ରାଧା ପାଦ ଦର୍ଶନ ପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। କିନ୍ତୁ ଏବର୍ଷ କରୋନା ପାଇଁ ଏଭଳି କଟକଣା ଲାଗୁ କରିଛି ପ୍ରଶାସନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)