Advertisment

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପୁରୀ: ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ର ଶେଖର କଲେଜର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲର ଭଙ୍ଗା ଯାଇଥିବା ପ୍ରାଚୀରକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାକୁ […]

author-image
Ranjeet Kumar Jena
ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

puri

ପୁରୀ: ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ର ଶେଖର କଲେଜର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ।

Advertisment

ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲର ଭଙ୍ଗା ଯାଇଥିବା ପ୍ରାଚୀରକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାକୁ ପୁନଃନିର୍ମାଣ କରିବାକୁ ଦାବି କରିଥିଲେ ଛାତ୍ରଛାତ୍ର। ହଷ୍ଟେଲ୍‌ ପାଚେରୀ ପୁନଃ ନିର୍ମାଣ ଓ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବା ଐତିହ୍ୟ ବିଲିଡିଂର ପୁନରୁଦ୍ଧାର କରିବାକୁ ଦାବି ହୋଇଥିଲା ଏବଂ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଦାବି ଆଗରେ ମୁଣ୍ଡ ନୁଆଁଇଛି ଜିଲ୍ଲା ପ୍ରଶାସନ।

ଯାହା ପରେ ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣରୁ ଓହରିଥିଲା। ଏବେ ପୂର୍ବଭଳି କାନ୍ଥ ପାଚେରୀ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଆଜି ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଛାତ୍ରମାନଙ୍କୁ ଡାକି ଉପଜିଲ୍ଲାପାଳ ଭବତାରଣ ସାହୁ ଆଲୋଚନା କରିଥିଲେ। ଅଲୋଚନା ପରେ ପାଥରପୁରୀ ହଷ୍ଟେଲ ପାଚେରୀକୁ ପୁନଃ ନିର୍ମାଣ ପାଇଁ ପୁରୀ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।

Advertisment

ଏହା ପରେ ପୁରାତନ ଛାତ୍ର କ୍ରିୟାନୁଷ୍ଠାନର ଛାତ୍ରମାନେ ବେଶ ଖୁସି ଜାହିର କରିଛନ୍ତି। ଏଥିସହ ଆଗକୁ କିଭଳି ଏହି ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର, ଜୁନିୟର କଲେଜ ନିର୍ମାଣ ହେବ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ କିଭଳି ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବ, ତାହା ଉପରେ କାର୍ଯ୍ୟ କରିବ ବୋଲି ଛାତ୍ରମାନେ କହିଛନ୍ତି।

Advertisment
Advertisment