/odishatv-khabar/media/post_attachments/uploadimage/library/16_9/16_9_0/greetings_1626688785.jpg)
greetings
ଉଦଳା : ୨୦୧୯କୁ ବିଦାୟ ଓ୨୦୨୦କୁ ସ୍ୱାଗତ । ନୂଆବର୍ଷକୁ ସ୍ୱାଗତ କରିବା ନିମନ୍ତେ ସ୍କୁଲ ଛାତ୍ରୀ ତିଆରି କରୁଛନ୍ତି ଗ୍ରୀଟିଙ୍ଗସ୍ । ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କର ପ୍ରେରଣା ଓ ଛାତ୍ରୀଙ୍କ ଉଦ୍ୟମ ସାଧାରଣରେ ପ୍ରଶଂସନୀୟ ହୋଇଛି ।
Advertisment
କୁନିକୁନି ଛାତ୍ରୀ ବିଭିନ୍ନ ଡିଜାଇନର ଗ୍ରୀଟିଙ୍ଗସ୍ ତିଆରି କରି ଅନ୍ୟମାନଙ୍କ ପାଇଁ ପାଲିଟିଛନ୍ତି ଉଦାହରଣ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟର ଅନ୍ତୋବାସୀ ତିଆରି କରୁଛନ୍ତି ଗ୍ରୀଟିଙ୍ଗସ୍। ବଜାରରେ କିଣିବା ଅପେକ୍ଷା ନିଜେ ଶିଖି ତାହାକୁ ତିଆରି କରି ସାଙ୍ଗସାଥୀ ତଥା ଗୁରୁଜନମାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଏହି ଉଦ୍ୟମ କରିଛନ୍ତି । ନିଜ ହାତରେ ପରିଶ୍ରମ କରିଥିବା ଗ୍ରୀଟିଙ୍ଗସରେ ଭଲ ପାଇବା ଓ ସ୍ନେହ ଭାବ ମଧ୍ୟ ଅଧିକ ଥାଏ ବୋଲି କହିଛନ୍ତି ଛାତ୍ରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)