3
ମୟୂରଭଞ୍ଜ: ସ୍କୁଲ୍ ପିଲାଙ୍କୁ ଧରି ଆସୁଥିବା ଅଟୋ ରିକ୍ସା ସହ ଏକ ବାଇକ୍ ମୁଁହାମୁଁହି ଧକ୍କା ହେବାରୁ ୫ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପଶିଣା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ପୂର୍ବାହ୍ଣ ସାଢ଼େ ୧୧ଟା ସମୟରେ ଗୋରୁମହିଷାଣୀ ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ଧରି ଅଟୋଟି ଫେରୁଥିବା ବେଳେ ସାମନା ପଟୁ ଏକ ବାଇକ ସହ ଧକ୍କା ହୋଇଥିଲା।
ଆହତଙ୍କୁ ସ୍ଥାନୀୟ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉପଜିଲ୍ଲାପାଳ ଓ ଟାଉନ ଥାନା ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସୂଚନା ଅନୁସାରେ ଅଟୋକୁ ଧକ୍କା ଦେଇଥିବା ବାଇକ ଆରୋହୀ ଜଣକ ମଧ୍ୟ ଗୁରୁତର ଅଭସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/3-5_1626760719.jpg)