/odishatv-khabar/media/post_attachments/uploadimage/library/16_9/16_9_0/school_1626691732.jpg)
school
ସୁନ୍ଦରଗଡ଼ : ମହଙ୍ଗା ପଡ଼ିଲା ୬୦ ହଜାର ଲାଞ୍ଚ । ଆବାସିକ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବହିଷ୍କୃତ ହୋଇଥିବା କର୍ମଚାରୀ ମାନେ ହେଲେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକ । ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
କିଛି ଦିନ ତଳେ ପାଚିକା ଚାକିରି ପାଇଁ ଜଣେ ମହିଳାଙ୍କଠୁ ୬୦ ହଜାର ଲାଞ୍ଚ ମାଗିଥିଲେ ଏମାନେ । ଏନେଇ OTVରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତଦନ୍ତ କରି ଉଭୟ ଅଧ୍ୟକ୍ଷ ଓ ପିଇଟିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।
ତେବେ ତଦନ୍ତ ପରେ ଉଭୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବିଦ୍ୟାଳୟର ପାଚିକାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ସେହି ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଚାକିରି ପାଇଁ ତାଙ୍କଠାରୁ ୬୦ ହଜାର ଟଙ୍କା ଦାବି କରିଥିଲେ ସ୍କୁଲର ପିଇଟି। ତେବେ ଲାଂଚ ମାଗିବା ସମୟର ଅଡ଼ିଓ OTVରେ ପ୍ରସାରିତ ହୋଇଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)