Advertisment

ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

କଟକ : ଏସ୍‌ସିବି ଡେଷ୍ଟିଚ୍ୟୁଟ ଓ୍ୱାର୍ଡରେ ରୋଗୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ତନାଘନା। ଆଜି OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କ ସହ ଟିମ୍ ଏସ୍‌ସିବି ମେଡିକାଲ୍ ପହଞ୍ଚିଛନ୍ତି । ମେଡିକାଲ୍‌ର ଡେଷ୍ଟିଚ୍ୟୁଟ ଓ୍ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ।  ସେହିଭଳି ବିଭାଗର କର୍ତ୍ତୃପକ୍ଷଙ୍କ ସହ ବି ଆଲୋଚନା କରିଛନ୍ତି। ରୋଗୀଙ୍କ ସହ ହେଉଥିବା ଅତ୍ୟାଚାର ସମ୍ପର୍କରେ ବିଭାଗୀୟ ଅଧିକାରୀ, ସିକ୍ୟୁରିଟି […]

author-image
Pradesh Pratyush
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

scb3

କଟକ : ଏସ୍‌ସିବି ଡେଷ୍ଟିଚ୍ୟୁଟ ଓ୍ୱାର୍ଡରେ ରୋଗୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ତନାଘନା। ଆଜି OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କ ସହ ଟିମ୍ ଏସ୍‌ସିବି ମେଡିକାଲ୍ ପହଞ୍ଚିଛନ୍ତି । ମେଡିକାଲ୍‌ର ଡେଷ୍ଟିଚ୍ୟୁଟ ଓ୍ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ।

Advertisment

publive-image ସେହିଭଳି ବିଭାଗର କର୍ତ୍ତୃପକ୍ଷଙ୍କ ସହ ବି ଆଲୋଚନା କରିଛନ୍ତି। ରୋଗୀଙ୍କ ସହ ହେଉଥିବା ଅତ୍ୟାଚାର ସମ୍ପର୍କରେ ବିଭାଗୀୟ ଅଧିକାରୀ, ସିକ୍ୟୁରିଟି ଅଫିସର୍ ଏବଂ ଆଟେଣ୍ଡାଣ୍ଟଙ୍କ ସହ ଆଲୋଚନା କରିଛନ୍ତି।

ସେପଟେ ବିଭାଗରେ କାମ କରୁଥିବା ଆଟେଣ୍ଡାଣ୍ଟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରୋଗୀଙ୍କୁ କେବଳ ଆୟତ୍ତ କରିବାକୁ ଏଭଳି କରାଯାଉଥିବା ସେ କହିଛନ୍ତି। ଏସସିବି ମେଡିକାଲ୍‌ର ଡେଷ୍ଟିଚ୍ୟୁଟ ଓ୍ୱାର୍ଡରେ ମହିଳା ଆଟେଣ୍ଡାଣ୍ଟ ରୋଗୀଙ୍କୁ ଠେଙ୍ଗା, ବାଡ଼ିରେ ଠୁକର୍ ମାରୁଥିଲେ। କେତେକ ରୋଗୀ ଦୟନୀୟ ଅବସ୍ଥାରେ ମଧ୍ୟ ପଡ଼ି ରହିଥିଲେ। ମୋଟ ଉପରେ କହିବାକୁ ଗଲେ ରୋଗୀ ଚିକିତ୍ସାର ଚରମ ଅବହେଳାର ନଗ୍ନ ଚିତ୍ର ସାମ୍ନାକୁ ଆସିଥିଲା ।

Advertisment
Advertisment
Advertisment