/odishatv-khabar/media/post_attachments/uploadimage/library/16_9/16_9_0/Kotia-KO-1_1626248884.jpg)
Kotia
ନୂଆଦିଲ୍ଲୀ: ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି କରି ଆନ୍ଧ୍ରକୁ ନୋଟିସ ଜାରି କରିଛନ୍ତି କୋର୍ଟ। ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଆସନ୍ତା ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।
ତେବେ କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ପ୍ରକୃତରେ ଏ ଅଞ୍ଚଳ କାହାର? ତାକୁ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବାର ଦିନ ଧାର୍ଯ୍ୟ ହୋଇଥିଲା। କୋଟିଆର ୩ ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର। ସୀମା ବିବାଦକୁ ନେଇ କୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନିନଥିବାରୁ ଓଡ଼ିଶା ଅଦାଲତ ଅବମାନନା ମାମଲା ଦାଏରକୁ ବିଚାର ପାଇଁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ।
ନିକଟରେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆର ୩ଟି ଗାଁର ନାଁ ବଦଳାଇ ପଞ୍ଚାୟତ ନିର୍ବାଚନ କରିବା ପରେ ସୁପ୍ରିମକୋର୍ଟ ଯାଇଛି ଓଡ଼ିଶା। ସମ୍ବିଧାନର ଧାରା ୧୨୯ ଅନୁଯାୟୀ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରିଥିବା ଦର୍ଶାଇ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି ଓଡ଼ିଶା ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)