rath ayarraa
ପୁରୀ: ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ ଆଗରୁ ସରିଯାଇଥିଲା ରଥ ନିର୍ମାଣ ଖାଲି ଯାହା କନାମୁଣ୍ଡଣୀ ବାକିଥିଲା, ହେଲେ ତା ପୂର୍ବରୁ କରୋନା ପାଇଁ ଘୋଷଯାତ୍ରା ବନ୍ଦ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ ଓ ସେବାୟତ। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିବା ଜଗନ୍ନାଥ ସେନା ଆସନ୍ତାକାଲି ପୁରୀ ବନ୍ଦ ଡାକରା ଦେଇଛି। ସେପଟେ ନିଷ୍ପତ୍ତିକୁ ସରକାରୀ ପ୍ରାୟୋଜିତ କହି ସୁପ୍ରିମ୍କୋର୍ଟରେ ଦାମୀ ଓକିଲଙ୍କୁ ଛିଡ଼ା କରାଇବା ପଛର କାରଣକୁ ନେଇ ପ୍ରଶ୍ନ କରିଛନ୍ତି ସେବାୟତ।
କୋହ ସମ୍ଭାଳି ପାରୁନାହାନ୍ତି ରୂପକାର ସେବାୟତ। ଲକ୍ଡାଉନ୍ କଟକଣା ପାଇଁ ଘରକୁ ନଯାଇ, ପିଲାଛୁଆଙ୍କ ମୁହଁ ନଦେଖି, ନିଷ୍ଠାର ସହ ଦିନରାତି ଯେଉଁ ରଥକୁ ସଜୋଉଥିଲେ, ସିଂହ ବିରାଳ, ହସ୍ତି ବିରାଳଠୁ ନେଇ ପାର୍ଶ୍ୱ ଦେବଦେବୀଙ୍କ ଚିତ୍ରରେ ଚିତ୍ରିତ କରି ଚାଲିଥିଲେ- ସେ ରଥକୁ ଏଥର ଆସିବେନି କୋଟି ପ୍ରାଣର ଦେବତା। ଆସିବେନି ମହାବାହୁ। ଏ କଥାରେ କାହା ପ୍ରାଣ ଯେ ନ କାନ୍ଦିବ?
/odishatv-khabar/media/post_attachments/wp-content/uploads/2020/06/Ratha-Jatra.jpg)
କାହିଁକି ନା ଅଣସର ଘରୁ ଶୁଭ ଖବର ଆସି ସାରିଥିଲା। ସୁସ୍ଥ ହୋଇ ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିଲେ ଭାବର ଠାକୁର। ଆଉ ୧୨ ଦିନ ବିଳମ୍ବରେ କାମ ଆରମ୍ଭ ହୋଇ ବି ଘୋଷଯାତ୍ରାର ୪ ଦିନ ଆଗରୁ ସରି ଯାଇଥିଲା ତିନି ରଥର ନିର୍ମାଣ କାମ। ଖାଲି ସିଂହାସନ ବସିଥାନ୍ତା, ପ୍ରଭା ଲାଗିଥାନ୍ତା, କନା ମୁଣ୍ଡଣୀ ହୋଇଥାନ୍ତା। ଜଗତବାସୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ବାହାରିଥାନ୍ତେ ଜଗତଠାକୁର ହେଲେ କରୋନା ପାଇଁ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମ୍କୋର୍ଟଙ୍କ ରାୟ ପରେ ବ୍ୟଥିତ ଭକ୍ତ।
/odishatv-khabar/media/post_attachments/wp-content/uploads/2020/06/rupakara.jpg)
ଏପଟେ ରଥଯାତ୍ରା ବନ୍ଦ ହେବା ଖବରରେ ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛିଜଗନ୍ନାଥ ସେନା।ପୋଡ଼ାଜଳା ପୂରା ପ୍ରକରଣରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭୂମିକାକୁ ଦାୟୀ କରି ପ୍ରତିବାଦରେ ଆସନ୍ତାକାଲି ସଂଗଠନ ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି।
ରଥଯାତ୍ରା ବନ୍ଦ ହେବା ଖବରରେ ସେବାୟତ ମହଲରେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଦଇତାପତି ନିଯୋଗ କହିଛି, ଯେଉଁଦିନ ଅକ୍ଷି ତୃତୀୟାକୁ ବନ୍ଦ କରିଦିଆଗଲା, ସେଇ ଦିନଠୁ ରଥଯାତ୍ରାକୁ ବନ୍ଦ କରିବାର ବ୍ୟବସ୍ଥା ହୋଇଥିଲା। ତେବେ ସବୁ ପୂର୍ବ ପ୍ରାୟୋଜିତ ସତ୍ତ୍ୱେ ସୁପ୍ରିମ୍କୋର୍ଟରେ ଦାମୀ ଓକିଲଙ୍କୁ ଠିଆ କରାଯିବା ପଛର କାରଣ କଣ ବୋଲି ବି ପ୍ରଶ୍ନ କରିଛନ୍ତି ସେବାୟତ।
/odishatv-khabar/media/post_attachments/wp-content/uploads/2020/06/binayaka-dasmohapatra.jpg)
ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଲୀଳାଖେଳା ଉପରେ ରୋକ୍ ଲାଗିବା ପରେ ଶ୍ରୀଜିଉଙ୍କ ରୀତିନୀତି ଆଗକୁ କେମିତି ବଢ଼ିବ, ଶହ ଶହ ବର୍ଷ ରଥ ପରମ୍ପରା କେମିତି ରକ୍ଷା ହେବ, ଏବେ ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rath-ayarraa_1627294398.jpg)