/odishatv-khabar/media/post_attachments/uploadimage/library/16_9/16_9_0/baripada-123_1626760164.jpg)
baripada
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବରିଷ୍ଠ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାଁ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
Advertisment
ସରୋଜିନୀ ୨୦୦୯ରୁ ୨୦୧୪ ଯାଏ ବାଙ୍ଗିରିପୋଷିରୁ ବିଧାୟକ ଥିଲେ। ଏହାସହ ୨୦୧୨ରୁ ୨୦୧୪ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରହିଥିଲେ। ତେବେ ୨୦୧୪ରେ ଜେଏମ୍ଏମ୍ ଛାଡ଼ି ବିଜେଡିରେ ଯୋଗଦେଇଥିବା ସୁଦାମ ମାରାଣ୍ଡିଙ୍କୁ ଦଳ ଟିକେଟ୍ ଦେବାରୁ ସରୋଜିନୀ ନିର୍ବାଚନରୁ ଦୂରେଇ ରହିଥିଲେ।
ପରେ ପରେ ତାଙ୍କୁ ଦଳ ରାଜ୍ୟସଭାକୁ ପଠାଇଥିଲା। ଏଥର ଦଳ ତାଙ୍କୁ ବାରିପଦାରୁ ଟିକେଟ୍ ଦେଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)