/odishatv-khabar/media/post_attachments/uploadimage/library/16_9/16_9_0/bjp-1234_1626760247.jpg)
bjp
ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଓଡ଼ିଶା ଲାଗି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ‘ସଂକଳ୍ପ ପତ୍ର’ ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ କମିଟି ତୃଣମୂଳସ୍ତରରୁ ଲୋକଙ୍କ ମତାମତ ସଂଗ୍ରହ କରି ଇସ୍ତାହାର ପ୍ରସ୍ତୁତ କରିଛନ୍ତି।
ନୂଆ ଓଡ଼ିଶା ଗଠନ ଲାଗି ୯ ସଂକଳ୍ପ ସମ୍ବନ୍ଧିତ ‘ସଂକଳ୍ପ ପତ୍ର’ ଉନ୍ମୋଚିତ ହୋଇଛି। ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶାରେ ପ୍ରଥମ ଦିନରେ ହିଁ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ ବୋଲି ବିଜେପି ଘୋଷଣା କରିଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ମଧ୍ୟ ଓଡ଼ିଶାରେ ଲାଗୁ କରାଯିବ। ସଂକଳ୍ପ ପତ୍ରରେ ଗରିବଙ୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ୩ ମାସ ମଧ୍ୟରେ ପେଶା ଆଇନ ଲାଗୁ କରାଯିବାକୁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ରହିଛି।
ସେହିପରି ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ। ଶିଳ୍ପ, ଉତ୍ତମ ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯିବ। ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି, ସ୍ୱାସ୍ଥ୍ୟ ଓ ବିଜୁଳି ଯୋଗାଇ ଦିଆଯିବ। ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ବିଜେପି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି।
ଏହି ସଂକଳ୍ପ ପତ୍ର ଉନ୍ମୋଚନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)