/odishatv-khabar/media/post_attachments/uploadimage/library/16_9/16_9_0/4-6_1626429709.jpg)
4
ଭୁବନେଶ୍ୱର: ବାତ୍ୟା ‘ଫୋନି’ ତାଣ୍ଡବର ୯ ଦିନ ପରେ ମଧ୍ୟ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବିଦ୍ୟୁତ ସେବା ମିଳିପାରନି। ଏବେବି ବହୁ ଅଞ୍ଚଳରେ ବିଜୁଳି ଆସିପାରିନି।
ଅନ୍ୟପଟେ କିନ୍ତୁ ସରକାର ଦାବି କରୁଛନ୍ତି, ଆଜି ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ସବୁ ଉପଭୋକ୍ତାଙ୍କୁ ବିଜୁଳି ଦେଇଦେବେ। ଗତକାଲି ହୋଇଥିବା ପ୍ରେସମିଟ୍ରେ ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଭୁବନେଶ୍ୱର ସହରାଞ୍ଚଳର ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପ୍ରତିଦିନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ କାମ କରାଯାଉଛି। ଭୁବନେଶ୍ୱର ଅଧୀନରେ ୩ଟି ଡିଭିଜନ ବିସିଡିଡି-୧, ବିସିଡିଡି-୨ ଏବଂ ବିଇଡି କାର୍ଯ୍ୟ କରୁଛି। ବିସିଡିଡି-୧ର ସମସ୍ତ ୪୪ଟି ଫିଡର କାମ ଶେଷ ହୋଇଥିବା ବେଳେ ୫୮ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୫୧ ହଜାରଙ୍କୁ ବିଦ୍ୟୁତ ଯୋଗାଣ ସରିଛି।
ବିସିଡିଡି-୨ର ୬୬ଟି ଫିଡରରୁ ୫୬ଟି କାର୍ଯ୍ୟକ୍ଷମ ହୋଇଛି ଏବଂ ୯୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୯୦ ହଜାରଙ୍କୁ ବିଦ୍ୟୁତ ଯୋଗାଣ ହୋଇଛି। ବିଇଡି ଅଧୀନରେ ଥିବା ୨୬ଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ ହୋଇଛି। ଏହାସହ ୮୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୬୦ ହଜାରଙ୍କୁ ବିଦ୍ୟୁତ ପୁନଃସଂଯୋଗ ଦିଆଯାଇଛି।
ବିଦ୍ୟୁତ ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ୭୫ ଜଣ ବିଦ୍ୟୁତ କର୍ମଚାରୀଙ୍କୁ ଏଲ୍ଟି କନେକସନ୍ ଓ ସର୍ଭିସ କନେକ୍ସନ ଦାୟିତ୍ୱ ଦିଆଯାଇଛି। ଏହି କର୍ମଚାରୀ ଘରକୁ ଘର ବୁଲି ଘରୋଇ ବିଦ୍ୟୁତ ସଂଯୋଗ କରିବେ। ଏହାସହ ୨୬୦ ଜଣ ITI ଓ ପଲିଟେକ୍ନିକ୍ ଇଲେକ୍ଟ୍ରିକାଲ ଟିମ୍ କରି ଘର ଘର ବୁଲି କାମ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)