/odishatv-khabar/media/post_attachments/uploadimage/library/16_9/16_9_0/Untitled-1-copy_1624873946.jpg)
sambalpur murder case
ସମ୍ବଲପୁର: ଗିରଫ ହୋଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ । ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ପ୍ରବୀଣ ଧରୁଆ।
ଗିରଫ ପ୍ରବୀଣଙ୍କ ଘର ଲଇକେରା ବ୍ଲକ କୁଅଁରମାଲରେ। ଧ୍ରୁବରାଜଙ୍କ ପୋଖରୀରେ ମାଛ ଚାଷକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ ।
ସୂଚନା ଅନୁସାରେ, ପ୍ରଫେସର ଧ୍ରୁବରାଜ ନାୟକ ଝାରସୁଗୁଡ଼ା ଲଇକେରା ଥାନା କୁଅଁରମାଲ ସରଗିଗୁଡ଼ା ସ୍ଥିତ ତାଙ୍କ ଘରେ ଥିଲେ। ହଠାତ୍ ପ୍ରବୀଣ ଟାଙ୍ଗିଆ ନେଇ ତାଙ୍କ ବେଡ୍ରୁମକୁ ପଶି ଆସିଥିଲା। ଅଭିଯୁକ୍ତ ଧ୍ରୁବରାଜଙ୍କୁ ଶହେ ଟଙ୍କା ଦେବାକୁ ଦାବି କରିଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ହଠାତ ଅଭିଯୁକ୍ତ ଜଣକ ପ୍ରଫେସର ଧ୍ରୁବରାଜଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ମୃତ ଧ୍ରୁବରାଜଙ୍କ ଭାଇ ଦେଇଥିବା ସୂଚନା ଅନୁସାରେ, ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଲଇକେରା ଥାନା ପୋଲିସ ଅଭିଯୁକ୍ତ ପ୍ରବୀଣଙ୍କୁ ଗତକାଲି ଧରି ଥାନାରେ ଅଟକ ରଖିଥିଲା। ଜେରା ପରେ ତାକୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)