/odishatv-khabar/media/post_attachments/uploadimage/library/16_9/16_9_0/prashant_1625091332.jpg)
prashant
କଟକ: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ ଭାଇ। ପୂର୍ବରୁ ଏକ ଜମିଜମା ବିବାଦର ସମାଧାନ କରିବାକୁ ସଂପୃକ୍ତ ଯୁବତୀଙ୍କୁ ବିଧାୟକ ଏକୁଟିଆ ଡାକୁଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ସାଲେପୁର ଥାନାକୁ ଯାଇ ସଂପୃକ୍ତ ଯୁବତୀଙ୍କ ଭାଇ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଭଉଣୀ ମିଛ କହୁଥିବା କହିଛନ୍ତି।
ଏନେଇ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଏହି ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରିଛନ୍ତି। ପୋଲିସ ଉଭୟ ପକ୍ଷର ଏତଲାକୁ ଗ୍ରହଣ କରି ତଦନ୍ତ କରୁଛି। ଅନ୍ୟପଟେ ଅଭିଯୋଗକାରିଣୀ ତାଙ୍କ ସମ୍ପର୍କୀୟ ଭାଇଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସମ୍ପତ୍ତିକୁ ନେଇ ପୁଣି ଥାନାରେ ଏତଲା ଦେଇଥିବା କହିଛନ୍ତି।
ସୂଚନାଥାଉ କି, ସାଲେପୁର ନିକଟ ଶିଶୁଆରେ ସମ୍ପୃକ୍ତ ଯୁବତୀଙ୍କର ଏକ ଜମି ରହିଛି। ତେବେ ତାଙ୍କ ଜମିକୁ ମଡାଇ ଏକ ସରକାରୀ ପ୍ରକଳ୍ପ ତିଆରି ହେଉଥିବାରୁ ଏହା ବିରୋଧରେ ତାଙ୍କ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ବିଧାୟକ ତାଙ୍କ କର୍ମୀଙ୍କ ଜରିଆରେ ଜମି ବିବାଦର ସମାଧାନ ପାଇଁ ତାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଶିଶୁଆ ଅଫିସକୁ ଡାକୁଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ ଆଣିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)