Advertisment

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛିା ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୂଢ଼ କରାଯିବ। ଅନ୍ୟାନ୍ୟ ନୀତିକାନ୍ତି ପରେ ଅପରାହ୍ନ ୪ଟା ବେଳେ ରଥ ଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ […]

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

rath

Advertisment

ଭୁବନେଶ୍ୱର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛିା ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୂଢ଼ କରାଯିବ। ଅନ୍ୟାନ୍ୟ ନୀତିକାନ୍ତି ପରେ ଅପରାହ୍ନ ୪ଟା ବେଳେ ରଥ ଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

Advertisment

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥ ଟଣା କାର୍ଯ୍ୟ ସୁରୁଖୁରୁରେ ସାରିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୂଚାରୁ ରୂପେ ନିୟନ୍ତ୍ରଣ ଲାଗି କମିଶନରେଟ୍ ପୁଲିସ୍‌ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଗତକାଲି ରାତିରେ ମରିଚିକୁଣ୍ଡ ପାଣି ଆସିବା ପରେ ଲିଙ୍ଗରାଜଙ୍କ ରଥ ଅନୁକୂଳ ହୋଇଛି। ପ୍ରଥମ କଳସୀ ପାଣି ରୁକୁଣା ରଥ ଅନୁକୂଳ ପାଇଁ  ଆସିଥିବାବେଳେ ଦ୍ୱିତୀୟ କଳସୀ ପୁରୀ ରାଣୀଙ୍କ ପାଇଁ ଆସିଥିଲା। ତୃତୀୟ କଳସୀଙ୍କୁ ସାଧାରଣ ଭକ୍ତଙ୍କ ପାଇଁ ନିଲାମ କରାଯାଇଥିଲା। ପାଟକୁରା ଅଞ୍ଚଳର ସତ୍ୟବ୍ରତ ଲେଙ୍କା ଏହି ତୃତୀୟ କଳସୀ ପାଣି ୧୨ ହଜାର ଟଙ୍କାରେ ନେଇଥିଲେ।

Advertisment

ଅନ୍ୟପକ୍ଷରେ ମରିଚି କୁଣ୍ଡ ପାଣିକୁ ନେଇ ଲିଙ୍ଗରାଜଙ୍କ ରଥ ଅନୁକୂଳରେ ନୀତି ବିଳମ୍ବ ହୋଇଥିଲା। ମରିଚି କୁଣ୍ଡରୁ ଗୋଟିଏ କଳସୀ ପାଣି ଆସିବାରୁ ଏହାକୁ ନେଇ ସେବାୟତ ଓ ପ୍ରଶାସକଙ୍କ ମଧ୍ୟରେ ବିଭ୍ରାଟ ଦେଖାଦେଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ନୀତି ବିଳମ୍ବ ହୋଇଥିଲା। ପରେ ସେବାୟତ ଓ ମନ୍ଦିର ପ୍ରଶାସନର ବୈଠକ ପରେ ବିବାଦର ସମାଧାନ ହୋଇଥିଲା। ରଥ ପ୍ରତିଷ୍ଠା ପାଇଁ ଦୁଇଟି କଳସୀ ପାଣି ଆବଶ୍ୟକ ପଡୁଥିବାବେଳେ ଗୋଟିଏ କଳସୀ ପାଣି ଆସିଥିବାରୁ ଏହାକୁ ନେଇ ବିଭ୍ରାଟରୁ ନୀତି ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ