/odishatv-khabar/media/post_attachments/uploadimage/library/16_9/16_9_0/chora_1625159988.jpg)
chora
ଭୁବନେଶ୍ୱର: ଦୁଇ ଗୁଣା ଟଙ୍କା ଦେବେ କହି ଲୋକଙ୍କୁ ଠକୁଥିବା ଗୋଟିଏ ଗ୍ୟାଙ୍ଗର ୨ଜଣଙ୍କୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ଗିରଫ କରିଛି। ଏହି ୨ ଜଣ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ପ୍ରିୟରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ବିଜୟ ଦାସ।
Advertisment
ଦୁହିଁଙ୍କ ପାଖରୁ ନଗଦ ଶହେ ଟଙ୍କିଆ ହିସାବରେ ୭୨ ହଜାର ୨୦୦ ଟଙ୍କା ଓ ୪୧୦୦ ଟଙ୍କାର ନକଲି ଶହେ ଟଙ୍କିଆ ନୋଟ୍ ଜବତ ହୋଇଛି। ଏଥିସହ ଜାଲ୍ ନମ୍ବର ଥିବା ୨ଟି ସୁଜୁକି ସ୍ୱିଫ୍ଟ କାର, ୩ଟି ମୋବାଇଲ୍, ଟଙ୍କା ରଖିବା ପାଇଁ ଥିବା ୩ଟି କାଠବକ୍ସ ପୋଲିସ ଜବତ କରିଛି।
ଲୋକମାନଙ୍କୁ ଏମାନେ ଫୋନ୍ରେ ଯୋଗାଯୋଗ କରିଥାନ୍ତି। ଯେତିକି ଟଙ୍କା ଦେବ, ତାର ଦୁଇ ଗୁଣା ଟଙ୍କା ନେବ ବୋଲି କଥା ଦେଇ ବିଭିନ୍ନ ଆଳରେ ଠକିଥାନ୍ତି। ନିରଦ ଦାଶ ନାମକ ଜଣେ ବ୍ୟକ୍ତିଙ୍କର ଏନେଇ ସନ୍ଦେହ ହେବାରୁ ସେ ଦୁହିଁଙ୍କୁ ଡାକି ଭଦ୍ରକ ନିକଟ ନଳାଙ୍ଗ ପାଖ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଧରିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)