Advertisment

ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା

ପୁରୀ: ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇଛି। ମନ୍ଦିର ଯଦି ଖୋଲେ ତେବେ କିପରି ପ୍ରସ୍ତୁତି ହେବ ? କେତେ ପରିମାଣର ଶ୍ରଦ୍ଧାଳୁ ଦର୍ଶନ କରିବେ ସେ ନେଇ ଆଲୋଚନା ହୋଇଛି। ଏହାକୁ ନେଇ ଏକ କମିଟି ଗଠନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କମିଟିରେ ଖୋଦ୍ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପି ରହିବେ। କମିଟି ହିଁ ନିଷ୍ପତ୍ତି […]

author-image
Chandan Shishu
ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା

jagannath-temple

ପୁରୀ: ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇଛି। ମନ୍ଦିର ଯଦି ଖୋଲେ ତେବେ କିପରି ପ୍ରସ୍ତୁତି ହେବ ? କେତେ ପରିମାଣର ଶ୍ରଦ୍ଧାଳୁ ଦର୍ଶନ କରିବେ ସେ ନେଇ ଆଲୋଚନା ହୋଇଛି। ଏହାକୁ ନେଇ ଏକ କମିଟି ଗଠନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

Advertisment

କମିଟିରେ ଖୋଦ୍ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପି ରହିବେ। କମିଟି ହିଁ ନିଷ୍ପତ୍ତି ନେବ ଦର୍ଶନ କିପରି ହେବ। ଏସବୁର ପ୍ରସ୍ତୁତି ପାଇଁ ଏକ ମାସ ସମୟ ଲାଗିବ ବୋଲି କ୍ରିଷନ କୁମାର କହିଛନ୍ତି। ଏହାସହ ଏସବୁ ପାଇଁ ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ପ୍ରସ୍ତୁତି ହେବ।

ରାଜ୍ୟ ସରକାର ଯେବେ ନିଷ୍ପତ୍ତି ନେବେ ତାହା ପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେପଟେ ଆଜି ଶ୍ରୀମନ୍ଦିର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅନୁମୋଦନ ହୋଇଛି। ୧୫୪ କୋଟିର ବଜେଟକୁ ମିଳିଛି ଅନୁମୋଦନ। କରୋନା ଯୋଗୁଁ ଏଥର ମନ୍ଦିର ଆୟ କମିଛି। ଆୟ ବୃଦ୍ଧି ପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା କରାଯିବ।

Advertisment
Advertisment
Advertisment