/odishatv-khabar/media/post_attachments/uploadimage/library/16_9/16_9_0/vlcsnap-2021-06-04-18h09m35s510_1622810834.jpg)
Roxy
ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): କୁହାଯାଏ ମଣିଷ ଆଉ କୁକୁର ଅତି ନିକତର ବନ୍ଧୁ । କୁକୁର ନିଜ ମାଲିକ ପ୍ରତି କେବେ ବି ଧୋକା ଦେଇନଥାଏ । ଆହୁରି କୁହାଯାଏ ପଶୁମାନେ ଆସୁଥିବା ବିପଦକୁ ଆଗୁଆ ବାରିପାରନ୍ତି । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ବିପଦକୁ ଆଗୁଆ ବାରିପାରିଥିଲା ରକ୍ସି । ଯାହାଫଳରେ ତା’ର ମାଲିକ ଆଉ ଗାଁ ଲୋକଙ୍କ ଜୀବନ ବଞ୍ଚିଥିଲା ।
/odishatv-khabar/media/post_attachments/wp-content/uploads/2021/06/vlcsnap-2021-06-04-18h09m51s291.png)
କୁକୁର ଯୋଗୁଁ ଜଙ୍ଗଲୀ ହାତୀ କବଳରୁ ବଞ୍ଚିଗଲେ ମାଲିକ ଓ ଗ୍ରାମବାସୀ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ପ୍ରାତଃ ଭ୍ରମଣ ସମୟରେ ଗ୍ରାମରେ ଥିବା ପଡ଼ିଆ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ହାତୀପଲଙ୍କ ସୂଚନା ପାଇ ନିଜ ମାଲିକଙ୍କୁ ଅଟକାଇଥିଲା କୁକୁର ରକ୍ସି ।
/odishatv-khabar/media/post_attachments/wp-content/uploads/2021/06/vlcsnap-2021-06-04-18h09m54s238.png)
ଗାଁର ଯୁବକ ମନୋଜ ବ୍ରହ୍ମା ପ୍ରତିଦିନ ଭଳି ନିଜ ପୋଷା କୁକୁର ସହିତ ନିକଟସ୍ଥ ପଡ଼ିଆକୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ । ହଠାତ୍ କୌଣସି ଅଘଟଣର ସନ୍ଧାନ ପାଇ କୁକୁର ରକ୍ସି ଆଉ ଆଗକୁ ଆଗେଇନଥିଲା । ନିଜ ମାଲିକଙ୍କୁ ମଧ୍ୟ ବାରଣ କରିଥିଲା । କୁକୁର ପ୍ରବଳ ଭୁକିବା ଫଳରେ ନିକଟ ଜଙ୍ଗଲରେ ଲୁଚି ରହିଥିବା ହାତୀପଲ ବାହାରକୁ ବାହାରି ଆସିଥିଲେ ।
/odishatv-khabar/media/post_attachments/wp-content/uploads/2021/06/vlcsnap-2021-06-04-18h10m07s864.png)
ଫଳରେ ପାଖରେ ଥିବା ଅନେକ ଗ୍ରାମବାସୀ ମଧ୍ୟ ଜୀବନ ବିକଳରେ ଦୌଡିଥିଲେ । କିଛି ସମୟ ହାତୀ-ମଣିଷ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ହାତୀ ପଲ ଜଙ୍ଗଲ ଅଭିମୁଖେ ପଳାଇଥିଲେ । ଫଳରେ ଜଙ୍ଗଲୀ ହାତୀଙ୍କ କବଳରୁ ନିଜ ମାଲିକ ଓ ଗ୍ରାମବାସୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲା ରକ୍ସି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)