/odishatv-khabar/media/post_attachments/uploadimage/library/16_9/16_9_0/pollution-1_1626687363.jpg)
pollution-1
ରାଉରକେଲା : ପ୍ରଦୂଷଣରେ ଅସ୍ତବ୍ୟସ୍ତ ରାଉରକେଲାବାସୀ । ସହର ସାରା ଧୂଳି ଧୂଆଁର ଆସ୍ତରଣ। ରାସ୍ତାଘାଟ, ଗଛପତ୍ର ସବୁ ଧୂଳିରେ ଭର୍ତ୍ତି । ଯୁଆଡେ ଯିବେ ଖାଲି ଧୂଳି ଆଉ ଧୂଳି ।
ଇଏ ହେଉଛି ସ୍ମାର୍ଟ ସିଟିର ସ୍ମାର୍ଟ ଚିତ୍ରର କଥା । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ, ଦିନରେ ସୃଷ୍ଟି ହେଉଛି ରାତିର ଭ୍ରମ । ଲୋକେ ରାସ୍ତାରେ ଯାଆସ କରିବା ବେଳେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବାହାରୁଥିବା ମୋଟା ବହଳର ଧୂଆଁ ବୟାନ କରୁଛି ସହରର ଅବସ୍ଥା କେମିତି ଥିବ।
ପ୍ରବଳ ପ୍ରଦୂଷଣ ପାଇଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଆଉ ଛୋଟ ପିଲାଙ୍କ କଥା ନକହିବା ଭଲ । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ଧୂଳି ଧୂଆଁ ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି।
କେବଳ ଷ୍ଟିଲ ପ୍ଲାଣ୍ଟ ନୁହେଁ, ରାସ୍ତା ପ୍ରଶସ୍ତୀ କରଣ ପାଇଁ ଚାଲିଥିବା କାମରେ ବି ଉଡୁଥିବା ଧୂଳି ଏଥିପାଇଁ ଦାୟୀ। ପାନପୋଷ ଠାରୁ ଆରମ୍ଭ କରି ବାରକୋଟ ଯାଏଁ ଚାଲିଥିବା ରାସ୍ତା ପ୍ରଶସ୍ତୀ କରଣ କାମରେ ରାସ୍ତା ସାରା ଉଡୁଛି ଧୂଳି । ଏ ଦୃଶ୍ୟ ଦେଖିଲେ ଲାଗୁଛି, ସତେ ଯେମିତି ଦୁଇ ଚକିଆ ଠାରୁ ଆରମ୍ଭ କରି ଟ୍ରକ, ଟ୍ରଲର ରାସ୍ତାରେ ଏକ ପ୍ରକାର ପ୍ରତିଯୋଗିତା କରୁଛନ୍ତି।
ଏହାଦ୍ୱାରା ରାସ୍ତାରେ ଯାଉଥିବା ଏବଂ ଆଖପାଖରେ ରହୁଥିବା ଲୋକଙ୍କ ଅବସ୍ଥା କଣ ହେଉଥିବ, ତାହା ସ୍ପଷ୍ଟ ଜଣାପଡୁଛି। କେବଳ ଏହି ପ୍ରଦୂଷଣ ପାଇଁ ଲୋକେ ରାଉରକେଲା ଛାଡି ବାହାରକୁ ଯିବାକୁ ମନସ୍ଥ କଲେଣି । ଏହି ପ୍ରଦୂଷଣ ପାଇଁ ରାଉରକେଲାରେ ଆଜ୍ମା, ଆଲର୍ଜି ଓ ହୃଦ୍ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଛି।
ପ୍ରଦୂଷଣ ବିଭାଗ ଓ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲଙ୍କ ଏହି ରିପୋର୍ଟ କହୁଛି, ରାଉରକେଲାରେ ଗତ କିଛି ବର୍ଷ ଭିତରେ ବଢିଛି ପ୍ରଦୂଷଣ ମାତ୍ରା । କିନ୍ତୁ ପ୍ରଦୂଷଣ ବୋର୍ଡ କର୍ତ୍ତପକ୍ଷ ଏକଥା ମାନିବାକୁ ନାରାଜ ବରଂ ପୂର୍ବାପେକ୍ଷା କମିଥିବା ଯୁକ୍ତି ବାଢିଛନ୍ତି। ସେପଟେ ବିଧାୟକ ପ୍ରଦୂଷଣ କଥା ସ୍ୱୀକାର କରିବା ସହ ଖୁବ୍ ଶୀଘ୍ର ଏହା ଉପରେ ବୈଠକ ଡକାଇ ପଦକ୍ଷେପ ନେବେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)