/odishatv-khabar/media/post_attachments/uploadimage/library/16_9/16_9_0/road1_1626689181.jpg)
road1
ଭୁବନେଶ୍ୱର : ସହରର ଗଳି କନ୍ଦିରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ପୁଳା ପୁଳା ଚିତ୍ର। ସବୁଠି ସିସିଟିଭି ନାହିଁ କି ଟ୍ରାଫିକ୍ ପୁଲିସ ବି ନାହାଁନ୍ତି। ତେଣୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ଏ ଚିତ୍ର ସରକାରଙ୍କ ପାଖରେ ପହଁଞ୍ଚାଇବାକୁ ଆପଣ ବି ବନିପାରିବେ ମାଧ୍ୟମ। ସାଧାରଣ ଲୋକଟିଏ ବି ହୋଇପାରିବ ସଡ଼କ ସୁରକ୍ଷାର ସିଟିଜେନ୍ ରିପୋର୍ଟର ।
ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟିର ବୈଠକରେ ଆସିଛି ଏହି ପ୍ରସ୍ତାବ। ହେଲେ ଏଥିରେ ମୋହର ଲାଗିବା ପୂର୍ବରୁ ଏହାର ଦୁରୁପଯୋଗ ଆଶଙ୍କାରେ ଟ୍ରାଫିକ ଉଲ୍ଲଙ୍ଘନର ଫଟୋ ଓ ଭିଡିଓ ପଠାଇବାକୁ ଉଦ୍ଦିଷ୍ଟ ଆପ୍କୁ ତ୍ରୁଟିଶୂନ୍ୟ କରିବା ଲାଗି ଏନଆଇସି ଓ ଓକାକକୁ କୁହାଯାଇଛି। ସେମିତି ରାଜପଥରେ ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କୁ ଧରିବାକୁ ଆରମ୍ଭ ହେବ ଯୋଜନା ଦିଶା । ପ୍ରଥମେ ସାନବରୁଣରୁ ରାମେଶ୍ୱର ଯାଏଁ ରାସ୍ତାରେ ସିସିଟିଭି ଲଗାଇବାକୁ ୧୫ କୋଟି ମଂଜୁର କରିଛି କମିଟି।
ମଦ ପିଇ ଗାଡ଼ି ଚାଳନା ଉପରେ ଅଙ୍କୁଶ ଲଗାଇବାକୁ ଥାନାଗୁଡ଼ିକୁ ବ୍ରେଥ୍ ଆନାଲାଇଜର ଦିଆଯିବ। ଲୋକଙ୍କ ଅଭିଯୋଗ ଆପତ୍ତି ଓ ପରାମର୍ଶ ଶୁଣିବା ପାଇଁ ଏକ କଣ୍ଟ୍ରୋଲର ଓ କମାଣ୍ଡ ସେଣ୍ଟର ଖୋଲିବାକୁ ଯୋଜନା ହୋଇଛି। ତେବେ ସାଧାରଣ ଲୋକଙ୍କୁ ସଡ଼କ ସୁରକ୍ଷାରେ ସଂପୃକ୍ତି ପାଇଁ ବାରମ୍ବାର ଦାବି ପରେ ସରକାର କାହିଁକି ନିଷ୍ପତ୍ତିରେ ବିଳମ୍ବ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସଡ଼କ ସୁରକ୍ଷା କର୍ମୀ।
ତେବେ ଉଦ୍ବେଗର ବିଷୟ ହେଉଛି ସଡ଼କ ସୁରକ୍ଷା ପାଇଁ ପୁଲିସ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ବିନିଯୋଗ ପ୍ରମାଣପତ୍ର ଦାଖଲ କରୁନି କମିଶନରେଟ୍ ପୁଲିସ। ୫୬ ଲକ୍ଷ ୯୯ ହଜାରର ୟୁସି ଦେଇ ନଥିବା ବେଳେ ରାଜ୍ୟ ପୁଲିସ କୋଟିଏ ସାତ ଲକ୍ଷ ଟଙ୍କାର ୟୁସି ଦେଇନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)