Advertisment

ମହଙ୍ଗା ପଡ଼ିଲା କମେଣ୍ଟ ମରା, ଜୋତାରେ ପିଟିଲେ ମହିଳା

ଯାଜପୁର: ମହିଳାଙ୍କ ହାତରୁ ମାଡ଼ ଖାଇଛନ୍ତି ରସିକିଆ ରୋଡ ରୋମିଓ। ସକାଳୁ ସକାଳୁ ମର୍ଣିଂ ଓ୍ୱାକ୍‌ କରୁଥିବା ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ତାଙ୍କୁ ମହଙ୍ଗା ପଡିଛି। ଉତ୍ୟକ୍ତ ମହିଳା ତାଙ୍କୁ ଚପଲରେ ମାଡ଼ ମାରିଛନ୍ତି। ଅଭିଯୁକ୍ତ ଜଣଙ୍କୁ ପୁଲିସ୍‌ ବାନ୍ଧି ନେଇଛି। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ନୂଆ ମାର୍କେଟରେ ଯୁବକ ଜଣଙ୍କ ଭଡ଼ାରେ ରହୁଥିଲେ।   ପ୍ରାୟ ୭-୮ ମାସ ଧରି ଯୁବକ ଜଣକ ରାସ୍ତାର ଯାଉଥିବା ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ ବୋଲି ଅଭିଯୋଗ […]

author-image
Mihir Pattnayak
ମହଙ୍ଗା ପଡ଼ିଲା କମେଣ୍ଟ ମରା, ଜୋତାରେ ପିଟିଲେ ମହିଳା

55

ଯାଜପୁର: ମହିଳାଙ୍କ ହାତରୁ ମାଡ଼ ଖାଇଛନ୍ତି ରସିକିଆ ରୋଡ ରୋମିଓ। ସକାଳୁ ସକାଳୁ ମର୍ଣିଂ ଓ୍ୱାକ୍‌ କରୁଥିବା ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ତାଙ୍କୁ ମହଙ୍ଗା ପଡିଛି। ଉତ୍ୟକ୍ତ ମହିଳା ତାଙ୍କୁ ଚପଲରେ ମାଡ଼ ମାରିଛନ୍ତି। ଅଭିଯୁକ୍ତ ଜଣଙ୍କୁ ପୁଲିସ୍‌ ବାନ୍ଧି ନେଇଛି।

Advertisment

ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ନୂଆ ମାର୍କେଟରେ ଯୁବକ ଜଣଙ୍କ ଭଡ଼ାରେ ରହୁଥିଲେ।   ପ୍ରାୟ ୭-୮ ମାସ ଧରି ଯୁବକ ଜଣକ ରାସ୍ତାର ଯାଉଥିବା ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରି ନ କରିବା ପାଇଁ ଯୁବକ ଜଣଙ୍କୁ ମହିଳାମାନେ ବାରମ୍ବାର କହିବା ସତ୍ତ୍ୱେ ସେ ମାନୁ ନ ଥିଲେ। ଫଳରେ ଆଜି ମହିଳାମାନେ ଯୋଜନାବଦ୍ଧ ଭାବେ ଯୁବକଙ୍କୁ କାବୁ କରିବା ସହ ତାଙ୍କୁ ଜୋତାରେ ପିଟିଥିଲେ। ଖବର ପାଇ ପୋଲିସ୍ ଅଭିଯୁକ୍ତଙ୍କୁ ଉଦ୍ଧାର କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ବିବାହିତ ବୋଲି ଜଣାପଡିଛି।

Left Top
Advertisment
Advertisment