Advertisment

ଅଜଣା ଗାଡ଼ି ଧକ୍କାରେ ଶଗଡ଼ିଆଙ୍କ ମୃତ୍ୟୁ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ପାଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ଶଗଡ଼ିଆଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଗ୍ରୀବ ସାହୁ (୫୩)। ଆଜି ଭୋର ସାଢ଼େ ୫ଟାବେଳେ ସୁଗ୍ରୀବ ଶଗଡ଼ ନେଇ ନିଜ ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ଜାତୀୟ ରାଜପଥରେ ଯାଉଥିବା ଅଜଣା ଗାଡ଼ି ତାଙ୍କ ଶଗଡ଼କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଗୋଟିଏ ବଳଦର ମୃତ୍ୟୁ ହୋଇଥିବାବେଳେ ଅନ୍ୟଟି ଆହତ […]

ଅଜଣା ଗାଡ଼ି ଧକ୍କାରେ ଶଗଡ଼ିଆଙ୍କ ମୃତ୍ୟୁ

accident

Advertisment

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ପାଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ଶଗଡ଼ିଆଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଗ୍ରୀବ ସାହୁ (୫୩)।

Advertisment

ଆଜି ଭୋର ସାଢ଼େ ୫ଟାବେଳେ ସୁଗ୍ରୀବ ଶଗଡ଼ ନେଇ ନିଜ ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ଜାତୀୟ ରାଜପଥରେ ଯାଉଥିବା ଅଜଣା ଗାଡ଼ି ତାଙ୍କ ଶଗଡ଼କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣାରେ ଗୋଟିଏ ବଳଦର ମୃତ୍ୟୁ ହୋଇଥିବାବେଳେ ଅନ୍ୟଟି ଆହତ ହୋଇଛି।

କ୍ଷତିପୂରଣ ଓ ଦୁର୍ଘଟଣା ରୋକିବା ଲାଗି ପଦକ୍ଷେପ ନେବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି। ଦେବଗଡ଼ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ