accident
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସହର ଉପକଣ୍ଠ ଯୋଗଧାରୀ ନିକଟରେ ଆଜି ସକାଳ ପ୍ରାୟ ୬ଟାରେ ଏକ ହାଇୱା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ଯୁବକ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ତେରତାଙ୍ଗ ଗାଁର ଦିପୁ ଓରଫ ସୂର୍ଯ୍ୟକାନ୍ତ ଶତପଥୀ। ଗୁରୁତର ଯୁବକ ହେଲେ ଅଲାଭର ଶାସନ ଗାଁର ମୁନା ଦାସ। ଉଭୟ ଏକ ବାଇକରେ କଟକ ଯାଉଥିଲେ। ହେଲେ ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।
ଦୁର୍ଘଟଣା ପରେ ଉଭୟଙ୍କୁ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦିପୁ ଶତପଥୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଗୁରୁତର ଅବସ୍ଥାରେ ମୁନା ଦାସକୁ କଟକ ସ୍ଥାନାନ୍ତର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/accident-123-1_1626758861.jpg)