Advertisment

ମହଙ୍ଗାମାଡ଼ରେ ଆକ୍ତାମାକ୍ତା ଗ୍ରାହକ: ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍

ଭୁବନେଶ୍ୱର: ରାଜ୍ୟରେ ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍। ଆଗ କାଲିମେଳା, ପରେ ମାଲକାନାଗିରି ଆଉ ଆଜି କୋରାପୁଟ ସାଙ୍ଗକୁ ଜୟପୁରରେ ତେଲ ଦର ଶହେକୁ ଛୁଇଁଛି। ଗାଡ଼ିରେ ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପର ଏ…

author-image
Chandan Shishu
ମହଙ୍ଗାମାଡ଼ରେ ଆକ୍ତାମାକ୍ତା ଗ୍ରାହକ: ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍

hundred-trend

ଭୁବନେଶ୍ୱର: ରାଜ୍ୟରେ ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍। ଆଗ କାଲିମେଳା, ପରେ ମାଲକାନାଗିରି ଆଉ ଆଜି କୋରାପୁଟ ସାଙ୍ଗକୁ ଜୟପୁରରେ ତେଲ ଦର ଶହେକୁ ଛୁଇଁଛି। ଗାଡ଼ିରେ ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପର ଏ ଲେଖାକୁ ଦେଖୁ ଦେଖୁ ଯେମତି ଖାଉଟିର ହୋସ୍ ଉଡ଼ିଯାଉଛି। ହେଲେ କରୋନା କାଳରେ ସବୁଠି ମହଙ୍ଗାମାଡ଼ରେ ଆକ୍ତାମାକ୍ତା। ବିଚାରାଟି ପାଖରେ ଖାଲି ଅସନ୍ତୋଷ ଅଜାଡିବା ଛଡ଼ା ଆଉ ବାଟ ବା କଣ?

Advertisment

ପେଟ୍ରୋଲ ସହ ତାଳ ଦେଇ ଡିଜେଲ୍ ବି ହୁ ହୁ ବଢୁଛି। ନଜର ପକାନ୍ତୁ-ରାଜ୍ୟର ପ୍ରମୁଖ କିଛି ସ୍ଥାନରେ ଆଜି ଦିନରେ ତୈଳ ଦରର ଏ ଚାଟ୍ ଉପରେ। ମାଲକାନାଗିରିରେ ପେଟ୍ରୋଲ ୧୦୧ ଟଙ୍କା ୧୮, ଡିଜେଲ୍- ୯୮ ଟଙ୍କା ୪୨, କୋରାପୁଟରେ ପେଟ୍ରୋଲ ୧୦୦ ଟଙ୍କା ୨୭, ଡିଜେଲ୍ ୯୮ ଟଙ୍କା ୪, ଭୁବନେଶ୍ୱର ପେଟ୍ରୋଲ ୯୬ ଟଙ୍କା ୧୧, ଡିଜେଲ୍ ୯୪ ଟଙ୍କା ୦୧ କଟକରେ ପେଟ୍ରୋଲ ୯୬ ଟଙ୍କା ୩୭, ଡିଜେଲ୍ ୯୪ ଟଙ୍କା ୨୬ ବ୍ରହ୍ମପୁରରେ ପେଟ୍ରୋଲ ୯୭ ଟଙ୍କା ୪୭, ଡିଜେଲ ୯୫ ଟଙ୍କା ୩୩, ରାଉରକେଲାରେ ପେଟ୍ରୋଲ ୯୭ ଟଙ୍କା ୨୩ ଓ ଡିଜେଲ୍ ଲିଟର ୯୪ ଟଙ୍କା ୯୩ ପଇସା।

ସବୁଠୁ ବଡ଼ କଥା ହେଉଛି ଲକଡାଉନ୍ ସମୟରେ ଗତ ମାସକ ଭିତରେ ପେଟ୍ରୋଲ ଦର ୪ ଟଙ୍କାରୁ ଅଧିକ ବଢ଼ିଗଲାଣି। ଏପରିକି କେବଳ ଏଇ ଜୁନ୍ ମାସର ପ୍ରଥମ ୭ ଦିନରେ ୪ ଥର ଅଳ୍ପ ଅଳ୍ପ କରି ପାଖାପାଖି ୮୦ ପଇସା ବଢ଼ିଲାଣି ହେଲେ ଏଭଳି ସ୍ଥିତି ପାଇଁ ଦାୟୀ କିଏ? ତାକୁ ନେଇ ରାଜ୍ୟରେ ଜୋର୍ ଧରିଲାଣି ପଲିଟିକାଲ୍ ବ୍ଲେମ ଗେମ୍। ବିଜେଡି କହୁଛି କେନ୍ଦ୍ର ସରକାର ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବଢ଼ାନ୍ତୁ। ବିଜେପି କହୁଛି ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ନଦେଇ ନିଜ ଟିକସ ପ୍ରଥମେ ଛାଡ଼ନ୍ତୁ। କଂଗ୍ରେସ ବି ତୈଳଦର ବୃଦ୍ଧିରେ ରାଜନୀତିର ରୁଟି ସେକିବାକୁ ଭୁଲିନି।

Advertisment

ଏପଟେ ଖାଇବା ତେଲ ଦର କଥା ବି ନକହିବା ଭଲ। ଗତ ୬ ମାସ ଭିତରେ ଦର ପାଖାପାଖି ଦୁଇଗୁଣା ବଢ଼ିଗଲାଣି। ୬ ମାସ ତଳେ ଯେଉଁ ପାମୋଲିନ୍ ତେଲ ଲିଟର ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୧୩୦ ଟଙ୍କା ଉପରେ। ସୂର୍ଯ୍ୟମୁଖୀ ତେଲ ତ ଲିଟର ୧୭୦ ଟଙ୍କା ଟପିଲାଣି। ସେହିପରି ବର୍ଷ ଆରମ୍ଭରୁ ଲିଟର ୮୫ ଟଙ୍କା ଥିବା ସୋରିଷ ଏବେ ୧୭୦ରୁ ୧୮୦ ଟଙ୍କା ହେଲାଣି। ଏଭଳି ଦରବୃଦ୍ଧିକୁ ନେଇ ଖାଉଟି ତ୍ରାହି ତ୍ରାହି ଡାକୁଥିଲା ବେଳେ ତେଲ ଉପରୁ ଟିକସ କମାଇବାକୁ ଦାବି କରିଛି ବ୍ୟବସାୟୀ ମହାସଂଘ।

ଖାଇବା ତେଲ ହେଉ କି ଗାଡ଼ି ତେଲ କରୋନା କଷଣ ବେଳେ ସବୁ ପ୍ରକାର ତେଲର ଏଭଳି ଆକାଶଛୁଆଁ ଦର ଗରିବ, ମଧ୍ୟବିତ୍ତ ପରିବାର ପାଇଁ ବେଡ଼ି ଉପରେ କୋର଼ଡା ମାଡ଼ ଭଳି ହୋଇଛି। ହେଲେ ଏସ୍ଥିତିରୁ ମୁକ୍ତି କେବେ ତାହାହିଁ ବଡ଼ ପ୍ରଶ୍ନ।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
Advertisment