/odishatv-khabar/media/post_attachments/uploadimage/library/16_9/16_9_0/oas_1626686715.jpg)
oas
ଭୁବନେଶ୍ୱର : ବରିଷ୍ଠ ଓଏଏସ ସ୍ତରରେ ରାଜ୍ୟ ସରକାର କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ କୃଷ୍ଣ ଚନ୍ଦ୍ର ପତିଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେ ଏବେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ସେହିପରି କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ବଦଳି କରାଯାଇଥିବାବେଳେ ଗଣେଶ୍ୱର ଜେନାଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ, ମହେଶ୍ୱର ପାଣିଗ୍ରାହୀଙ୍କୁ କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀକାନ୍ତ ତରାଇଙ୍କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସଚିବ ଭାବେ ବଦଳି କରାଯାଇଛି। ସେହିପରି ଶୁଭେନ୍ଦ୍ର କୁମାର ନାୟକଙ୍କୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ବାଳମୁକୁନ୍ଦ ଭୂୟାଁଙ୍କୁ ମାଲକାନଗିରି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ଯୁଗ୍ମ ସଚିବ, ଜ୍ଞାନରଞ୍ଜନ ଭଞ୍ଜଦେଓଙ୍କୁ ଗଜପତି ଅତିରିକ୍ତ ଜିଲ୍ଲାପାଳ, ଧରଣୀଧର ନନ୍ଦଙ୍କୁ କଟକ ଅତିରିକ୍ତ ଜିଲ୍ଲାପାଳ, ପ୍ରଭାତ କୁମାର ମହାପାତ୍ରଙ୍କୁ କଳାହାଣ୍ଡି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଦୋଳମଣି ପଟେଲଙ୍କୁ ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
ସେହିପରି ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ରବିନ୍ଦ୍ର କୁମାର ସେଠୀଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଓଏସଡି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ଅଜାମ୍ବର ମହାନ୍ତିଙ୍କୁ ଢେଙ୍କାନାଳ ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳପ ନିର୍ଦ୍ଦେଶକ, ସରୋଜ କୁମାର ବେହେରାଙ୍କୁ ସୁକିନ୍ଦାସ୍ଥିତ ରେଙ୍ଗାଳି ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ ଅଧିକାରୀ, ଅଶୋକ କୁମାର ଭୋଇଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ, ଶେଷଦେବ ମିଶ୍ରଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଫୁଲବାଣୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)