Advertisment

ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ପୁରୀ ଜିଲ୍ଲା କଂଗ୍ରେସର ବିରୋଧ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅରୋପ୍ରସାଦ ମିଶ୍ରଙ୍କ ନାମ ଘୋଷଣା ହେବା ପରେ ପୁରୀ ଜିଲ୍ଲା କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗତକାଲି ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଙ୍କ ସହ ଅନ୍ୟ ନେତା ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ବଦଳାଇବାକୁ ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଦେଶ କଂଗ୍ରେସ ମୁଖପାତ୍ର […]

author-image
Jyotsnamayee Pradhan
ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ପୁରୀ ଜିଲ୍ଲା କଂଗ୍ରେସର ବିରୋଧ

puri

ପୁରୀ(ମଧୁସୂଦନ ମିଶ୍ର): ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅରୋପ୍ରସାଦ ମିଶ୍ରଙ୍କ ନାମ ଘୋଷଣା ହେବା ପରେ ପୁରୀ ଜିଲ୍ଲା କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗତକାଲି ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଙ୍କ ସହ ଅନ୍ୟ ନେତା ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ବଦଳାଇବାକୁ ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖାଯାଇଛି।

Advertisment

ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଦେଶ କଂଗ୍ରେସ ମୁଖପାତ୍ର ବିନାୟକ ଦାସମହାପାତ୍ର, ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢିଆରୀ, ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତିଙ୍କ ସମେତ କଂଗ୍ରେସର ଅନେକ ନେତା ଓ କର୍ମୀମାନେ ଏକଜୁଟ ହୋଇ ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି।

Advertisment
Advertisment