Advertisment

ରିଲିଫ୍‌ରେ ପୋକରା ଚାଉଳ ମିଳିଥିବା ଅଭିଯୋଗ

ପୁରୀ: ବାତ୍ୟା ‘ଫୋନି’ରେ ପୁରୀ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବହୁ ଅଞ୍ଚଳରେ ଲୋକେ ବାସହରା ହୋଇଛନ୍ତି। ଏହି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସ୍ଥିତି ସମୀକ୍ଷା ଲାଗି ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ପେଣ୍ଠକଟା  ନିକଟରେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ବାଣ୍ଟିଥିଲେ। ହେଲେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିପନ୍ନଙ୍କ ଅଭିଯୋଗ ହେଲା, ରିଲିଫ୍‌ରେ ମିଳିଥିବା ଚାଉଳ ପୋକରା ଏବଂ ଗନ୍ଧଯୁକ୍ତ। ଯାହାକୁ ପଶୁ ଖାଇବେ ନାହିଁ, ତାହାକୁ ମଣିଷ […]

author-image
Rosalin Rath
ରିଲିଫ୍‌ରେ ପୋକରା ଚାଉଳ ମିଳିଥିବା ଅଭିଯୋଗ

c3

ପୁରୀ: ବାତ୍ୟା ‘ଫୋନି’ରେ ପୁରୀ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବହୁ ଅଞ୍ଚଳରେ ଲୋକେ ବାସହରା ହୋଇଛନ୍ତି। ଏହି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସ୍ଥିତି ସମୀକ୍ଷା ଲାଗି ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ପେଣ୍ଠକଟା  ନିକଟରେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ବାଣ୍ଟିଥିଲେ। ହେଲେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

Advertisment

ବିପନ୍ନଙ୍କ ଅଭିଯୋଗ ହେଲା, ରିଲିଫ୍‌ରେ ମିଳିଥିବା ଚାଉଳ ପୋକରା ଏବଂ ଗନ୍ଧଯୁକ୍ତ। ଯାହାକୁ ପଶୁ ଖାଇବେ ନାହିଁ, ତାହାକୁ ମଣିଷ କେମିତି ଖାଇବେ ବୋଲି ସେମାନେ ପ୍ରଶ୍ନ କରିଥିଲେ।

ଏପରିକି ଲୋକେ ରିଲିଫ୍‌ରେ ମିଳିଥିବା ଚାଉଳକୁ ହାତରେ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାଛଡ଼ା ପୁରୀ ଜିଲ୍ଲାର ଲୋକେ ବିଭିନ୍ନ ଅଞ୍ଚଳରେ ରିଲିଫ୍ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ତେବେ ପୋକରା ଚାଉଳ ପ୍ରସଙ୍ଗରେ ପୁରୀ ଜିଲ୍ଳାପାଳ ଜ୍ୟୋତିପ୍ରକାଶ ଦାସ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।  ଜିଲ୍ଲାରେ ରିଲିଫ୍ ବଣ୍ଟାକୁ ନେଇ ଥିବା ଅସନ୍ତୋଷକୁ ସମାଧାନ କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି।

Advertisment
Advertisment