/odishatv-khabar/media/post_attachments/uploadimage/library/16_9/16_9_0/3-7_1626429672.jpg)
3
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଅଞ୍ଚଳକୁ ବିଜୁଳି ଆସିନଥିବାରୁ ପ୍ରତିବାଦ ହୋଇଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି। ଭୁବନେଶ୍ୱର ପ୍ରଶାନ୍ତି ବିହାର କିଛି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ପଟିଆ ବିଗ୍ବଜାର-ଶିଖରଚଣ୍ଡୀ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି।
Advertisment
ସେହିଭଳି ପୁରୁଣା ଭୁବନେଶ୍ୱରର ତିନି ମୁଣ୍ଡିଆ ଛକରେ ବି ରାସ୍ତାରୋକ ହୋଇଥିଲା। ସମାନ ଦାବି ନେଇ ଖଣ୍ଡଗିରି ଛକରେ ମଧ୍ୟ ଜାତୀୟ ରାଜପଥକୁ ସ୍ଥାନୀୟ ଅଞ୍ଚଳବାସୀ ଅବରୋଧ କରିଥିଲେ। ‘ଫୋନି’ ଯିବାର ୯ ଦିନ ପରେ ମଧ୍ୟ ରାଜଧାନୀର ଅନେକ ଅଞ୍ଚଳ ଏବେବି ଅନ୍ଧାରରେ ରହିଛି।
ଅନ୍ୟପଟେ ପ୍ରବଳ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାରୁ ଲୋକେ ତୁରନ୍ତ ବିଜୁଳି ସଂଯୋଗ ଦାବିରେ ରାସ୍ତାକୁ ଓହ୍ଲାଉଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)