/odishatv-khabar/media/post_attachments/uploadimage/library/16_9/16_9_0/parad_1626690641.jpg)
parad
ଭୁବନେଶ୍ୱର : ରାଜ୍ୟରେ ସାଧାରଣତନ୍ତ୍ର ଦିବସର ବଦଳିଲା ରୂପରେଖ। ଭୁବନେଶ୍ୱରରେ ଏଥର ଦିଲ୍ଲୀ ଢାଞ୍ଚାରେ ପରେଡ୍ ଅନଷ୍ଠିତ ହେବ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ।
Advertisment
ଦିଲ୍ଲୀରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ଭଳି ରାଜ୍ୟରେ ରାଜ୍ୟପାଳ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ । ଜାନୁଆରୀ ୨୬ରେ ଏଥର କଟକରେ ଆଉ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସେହି ସମୟରେ ଭିଆଇପି ଏନ୍କ୍ଲୋଜରରେ ବସିବେ ।
ଜାତୀୟସ୍ତରରେ ପାଳନ ହେଉଥିବା ସାଧାରଣତନ୍ତ୍ର ଦିବସ ଭଳି ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଳନ ହେବ। ଏହି ପରେଡ୍ରେ ଏଥର ୧୨୦ ଟେରିଟୋରିଆଲ ଆର୍ମି, CRPF, RPF ଭଳି ୩ଟି କେନ୍ଦ୍ରୀୟ ସଂସ୍ଥାର ଟ୍ରୁପ୍ ଭାଗ ନେବେ । କେନ୍ଦ୍ରରେ NSG କମାଣ୍ଡୋ ଭଳି ରାଜ୍ୟସ୍ତରୀୟ ପରେଡ୍ରେ SOG ପରେଡ୍ ପ୍ରଦର୍ଶନ କରିବେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)