Advertisment

Religious Dispute Halts Funeral: ଧର୍ମାନ୍ତର ବିବାଦରେ ଦୁଇ ଦିନ ହେଲା ହୋଇପାରୁନି ଶବ ସତ୍କାର

ପାଖାପାଖି ଦୁଇ ଦିନ ହେଲାଣି ମୃତ୍ୟୁ, ତଥାପି ହୋଇପାରୁନି ଶବ ସତ୍କାର। ଏହାର ମୂଳରେ ରହିଛି ଧର୍ମାନ୍ତର ବିବାଦ। ଶବ ସତ୍କାର ନ ହେବାରୁ ଶିକ୍ଷିତ ସମାଜରେ ନକରାତ୍ମକ ପ୍ରଭାବ ପକାଉଛି।

author-image
Pramod Behera
Religious Dispute Halts Funeral

ଧର୍ମାନ୍ତର ବିବାଦରେ ଦୁଇ ଦିନ ହେଲା ହୋଇପାରୁନି ଶବ ସତ୍କାର Photograph: (OTV)

ପାଖାପାଖି ଦୁଇ ଦିନ ହେଲାଣି ମୃତ୍ୟୁ, ତଥାପି ହୋଇପାରୁନି ଶବ ସତ୍କାର। ଏହାର ମୂଳରେ ରହିଛି ଧର୍ମାନ୍ତର ବିବାଦ। ସୂଚନା ମୁତାବକ ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତର ୪ ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁର ଛୁଟା ହାଁସଦା(୯୫) ବୁଧବାର ମଧ୍ୟ ରାତିରୁ ବାର୍ଦ୍ଧକ୍ୟଜନିତ ମୃତ୍ୟୁବରଣ କରିଛନ୍ତି। ସାନ ପୁଅ ଭୀମ ହାଁସଦାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି। ସେ ତାଙ୍କ ବାପାଙ୍କୁ ନିଜ ବାଡିରେ କବର ଦେବା ଓ ଖ୍ରୀଷ୍ଟଧର୍ମ ଅନୁସାରେ ଅନ୍ତେଷ୍ଟି କ୍ରିୟା କରିବାକୁ ଚାହୁଛନ୍ତି। ହେଲେ ତାଙ୍କର ଏହି ଇଛାକୁ ଗାଁର ଆଦିବାସୀ ସମ୍ପ୍ରଦାୟ ବାରଣ କରୁଛି। ଗାଁର ଗ୍ରାମସଭାର ସଭାପତି ମାସାଂଗ ହାଁସଦା, ସାମରାୟ ହାଁସଦା, ମହୋନ ମାରାଣ୍ଡି, ବିରାମ ସୋରେନ, ରଳିଆ ମୁର୍ମୁ, ନାଇକେ ବାବା, ମଙ୍ଗଲ ମାଝୀଙ୍କ ସହ ଅନ୍ୟାନ୍ୟ ଗାଁର କିଛି ଲୋକ ବିରୁଦ୍ଧ କରିଛନ୍ତି।

Advertisment

ଏହି ବିରୋଧ ପରେ ମୃତ ବୃଦ୍ଧଙ୍କ ସାନ ପୁଅ ଭୀମ ହାଁସଦା ରାଇବଣିଆ ଥାନାର ଦ୍ୱାରରସ୍ଥ ହୋଇଥିଲେ। ଥାନାରୁ ଫେରି ନିଜ ବାଡିରେ କବର ଦେବା ନେଇ ପ୍ରଶାସନଠୁ ଅନୁମତି ପାଇଁ ଘରବାଡ଼ି ପ୍ରମାଣପତ୍ରର ନକଲ ସହ ରାଜସ୍ୱ ଅଧିକାରୀ ଓଲମରାକୁ ମଧ୍ୟ ପଠାଇଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ତେବେ ମୃତ ବୃଦ୍ଧଙ୍କ ସ୍ତ୍ରୀ ସ୍ୱର୍ଗତ ମାନକୀ ଦୁଇଟି ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କ ତିନି ପୁଅ ମଧ୍ୟରୁ ଦୁଇ ପୁଅଙ୍କର ମୃତ୍ୟୁ ହୋଇଯାଇଛି। ବର୍ତ୍ତମାନ ପ୍ରଥମ ସ୍ୱାମୀଙ୍କ ସବା ସାନ ପୁଅ ସାନ ବାପାର କବରକୁ ବିରୁଦ୍ଧ କରୁଛି। ଆଦିବାସୀ ସମ୍ପ୍ରଦାୟରୁ ଧର୍ମାନ୍ତୀକରଣ କରି ଖ୍ରୀଷ୍ଟ ଧର୍ମକୁ ଯାଉଥିବା ସାନ୍ତାଳ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ, ଆଦିବାସୀ ସମ୍ପ୍ରଦାୟର ସଂସ୍କାର, ଧର୍ମ, ପରମ୍ପରା ନଷ୍ଟ ହେବାର ବାରମ୍ବାର ଅଭିଯୋଗ ହେଉଛି। ଏନେଇ କିଛି ଆଦିବାସୀ ସଂଗଠନ ଓ ଆଦିବାସୀଙ୍କ ବ୍ୟବସ୍ଥାଭିତ୍ତିକ ସଂଘଠିତ ଲୋକଙ୍କ ଦ୍ୱାରା ଆନ୍ଦୋଳନ ସହ ସରକାର ଓ ପ୍ରଶାସନକୁ ଜଣାଇବା ପରେ ମଧ୍ୟ ଏହାର କୌଣସି ସମାଧାନ ହେଉନି। ଏନେଇ ସାନ୍ତାଳ ସମ୍ପ୍ରଦାୟ ଭିତରେ ଅସନ୍ତୋଷ ପ୍ରକାଶ ସହ ସରକାର ଆଦିବାସୀଙ୍କ ଜାତି, ଧର୍ମ ଓ ସଂସ୍କାର ସୁରକ୍ଷା ପ୍ରତି ଧ୍ୟାନ ନ ଦେବା ଚିନ୍ତାର ବିଷୟ ବୋଲି ସାନ୍ତାଳ ସମ୍ପ୍ରଦାୟର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। 
ସେପଟେ ଜଳେଶ୍ୱର ଏସଡିପିଓ ସୁବ୍ରତ କୁମାର ବେହେରା ଘଟଣା ସ୍ଥଳରେରେ ପହଂଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ ମଧୁଅ ଗାଁ ମୁଖିଆ ସମୂରାଇ ହାଁସଦା ତାଙ୍କ ଘରେ ଶବ ନ ପୋତିବା ଜିଦରେ ଅଟଳ ରହିଛନ୍ତି। ଏପଟେ ଏତେ ଘଣ୍ଟା ବିତିଯାଇଥିଲେ ବି ଶବ ସତ୍କାର ନ ହେବାରୁ ଶିକ୍ଷିତ ସମାଜରେ ନକରାତ୍ମକ ପ୍ରଭାବ ପକାଉଛି। 

Advertisment
Balasore Village Funeral Rituals
Advertisment
Advertisment