Advertisment

‘Dharti Mata Bachao’ Campaign to Tackle Fertilizer Crisis: ରାଜ୍ୟରୁ ହଟିବ ସାର ସଙ୍କଟ, ଆରମ୍ଭ ହେବ କେନ୍ଦ୍ରର ‘ଧରତୀ ମାତା ବଞ୍ଚାଓ’ ଅଭିଯାନ

ପଞ୍ଚାୟତ ସ୍ତରରେ ହେବ ଧରତୀ ମାତା ବଞ୍ଚାଓ ତଦାରଖ ସମିତି। ଯେଉଁଥିରେ ସରପଞ୍ଚଙ୍କ ସହ ୭ ଜଣ ସଦସ୍ୟ ରହିବେ। ସେହିପରି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କମିଟି ସହ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବି ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ।

author-image
Tapan Swain
ORGANIC-FARMING

ORGANIC-FARMING Photograph: (OTV)

ସରକାର ଧାନ କ୍ୱିଣ୍ଟାଲ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବା ଫଳରେ ଚାଷ ବଢିଛି ଆଉ ବଢିଛି ୟୁରିଆ ଡ଼ିଏପି ଭଳି ରାସାୟନିକ ସାରର ଆବଶ୍ୟକତା। ଯାହାକୁ ଏଡାଇବାକୁ କେନ୍ଦ୍ର ସରକାର ହାତକୁ ନେଇଛନ୍ତି ବଡ କାର୍ଯ୍ୟକ୍ରମ। ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାକୁ ଆରମ୍ଭ କରିଛନ୍ତି ଧରତୀ ବଞ୍ଚାଓ ଅଭିଯାନ। ଆଉ ସାର ସଙ୍କଟ ସମସ୍ୟା ଏଡାଇବାକୁ ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ମାନଙ୍କୁ ଗାଇଡ଼ଲାଇନ ପଠେଇଛନ୍ତି ରାଜ୍ୟ ସରକାର। ତେବେ କଣ ଏହି କାର୍ଯ୍ୟକ୍ରମ, ଏହାଦ୍ୱାରା କେମିତି ହଟିବ ସାର ସଙ୍କଟ ଦେଖିବା ଓଟିଭିର ଏକ୍ସକ୍ଲୁଜିଭ ରିପୋର୍ଟ।....

Advertisment

ଆଉ ହେବନି ସାର ସଙ୍କଟ। ଆରମ୍ଭ ହେବ ଧରତୀ ମାତା ବଚାଓ ଅଭିଯାନ । ପଂଚାୟତ ସ୍ତରରେ କମିଟି ହେବ । ଜୈବିକ ଚାଷକୁ ମିଳିବ ଭରପୁର ପ୍ରୋତ୍ସାହନ ।  ରାସାୟନିକ ସାର ବ୍ୟବହାର କମ୍ ପାଇଁ ଚାଷୀ ପାଇବେ ସହାୟତା ।

ଗତ କିଛି ବର୍ଷ ଧରି ଅନେକ ରାଜ୍ୟରେ ରାସାୟନିକ ସାର ୟୁରିଆ ଏବଂ ଡିଏପି ବ୍ୟବହାର ବଢ଼ୁଥିବାରୁ କେନ୍ଦ୍ର ସରକାର ହାତକୁ ନେଇଛନ୍ତି ବଡ଼ ପଦକ୍ଷେପ। ଧରତୀ ମାତା ବଚାଓ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ବି ତତ୍ପର। ଇଏ ହେଉଛି ସବୁ ଜିଲ୍ଲାପାଳଙ୍କୁ କୃଷି ବିଭାଗ ପଠାଇଥିବା ଗାଇଡ଼ ଲାଇନ। 

Advertisment

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରରେ ହେବ ଧରତୀ ମାତା ବଞ୍ଚାଓ ତଦାରଖ ସମିତି। ଯେଉଁଥିରେ ସରପଞ୍ଚଙ୍କ ସହ ୭ ଜଣ ସଦସ୍ୟ ରହିବେ। ସେହିପରି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କମିଟି ସହ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବି ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ।ଏହି ୩ କମିଟି କେବଳ ଚାଷୀଙ୍କୁ ସାର ବାବଦରେ ମାସିକ ବୈଠକ କରିବେ।... 

ଜିଲ୍ଲାସ୍ତରୀୟ କମିଟି ପ୍ରଥମେ ସର୍ବାଧିକ ରାସାୟନିକ ସାର ବ୍ୟବହାର ହେଉଥିବା ୧୦୦ଟି ପଞ୍ଚାୟତକୁ ଚିହ୍ନଟ କରିବ। ପରେ ପଞ୍ଚାୟତସ୍ତରର କମିଟି ପ୍ରତି ମାସରେ ବୈଠକ କରି ଜୈବିକ ସାର ନେଇ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବ। କୃଷି ବିଜ୍ଞାନ କେନ୍ଦ୍ରର ଜଣେ ବୈଜ୍ଞାନିକ ସେହି ପଞ୍ଚାୟତଗୁଡିକୁ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବେ। କେବଳ ସେତିକି ନୁହେଁ, ଜିଲ୍ଲା ସ୍ତରୀୟ କମିଟି ସାର ଚୋରାଚାଲାଣ ଏବଂ କଳାବଜାରୀ ଉପରେ ନଜର ରଖିବା ସହ ମାସିକ ସମୀକ୍ଷା କରି ସାର ନିଅଣ୍ଟିଆ ସମସ୍ୟାର ସମାଧାନ କରିବ। ସରକାରଙ୍କ ଏ ପଦକ୍ଷେପକୁ ଚାଷୀ ସ୍ବାଗତ କରିଛନ୍ତି।...

ପୂର୍ବରୁ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବଳଭଦ୍ର ଜୈବିକ ଚାଷ ମିଶନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆଉ ଏବେ ଧରତୀ ବଞ୍ଚାଓ ଅଭିଯାନରେ ମଧ୍ୟ ରାସାୟନିକ ସାର ବ୍ୟବହାର ବଦଳରେ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। 

Fertilizers Organic Agriculture
Advertisment
Related Articles
Advertisment