/odishatv-khabar/media/post_attachments/uploadimage/library/16_9/16_9_0/bjp-78_1626759427.jpg)
bjp
ଭୁବନେଶ୍ୱର: ବିଜେପି ନେତା ତଥା ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ବିଶ୍ୱନାଥ ବେହେରା ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି।
କାର୍ଯ୍ୟରତ ପୁଲିସ୍ ଅଧିକାରୀ ଓ ତାଙ୍କ ସହ ଦୁର୍ବବ୍ୟହାର ସହ ଗାଳିଗୁଲଜ କରିଥିବା ଅଭିଯୋଗରେ ସେ ଏତଲା ଦେଇଛନ୍ତି।
ଏହି ଘଟଣାକୁ ନେଇ ପୀତାମ୍ବର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମୋତେ ହଇରାଣ କରୁଛନ୍ତି। ମୋତେ ହିଞ୍ଜିଳିରେ କର୍ମକର୍ତ୍ତା ସହ ଭେଟିବାକୁ ପୁଲିସ୍ ପ୍ରଶାସନ ଦେଉନି। ମୋର ପ୍ରଚାରଙ୍କୁ ବନ୍ଦ କରିବା ପାଇଁ ଏପରି କରାଯାଉଛି।”
ନିକଟରେ ହିଞ୍ଜିଳି ନିକଟସ୍ଥ ପିତ୍ତଳ ଛକରେ ପିତାମ୍ବରଙ୍କ ଗାଡ଼ିକୁ ନିର୍ବାଚନ ଅଧିକାରୀ ସମେତ ଫ୍ଲାଇଙ୍ଗ ସ୍କ୍ୱାଡ ଅଟକାଇଥିଲେ। ତେବେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିକୁ କାହିଁକି ଅଟକାଯାଉଛି ବୋଲି ପ୍ରଶ୍ନ କରିବାରୁ ଏହାକୁ ନେଇ ପୀତାମ୍ବର ଓ ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀଙ୍କ ସହ ବେଶ୍ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ସହ ବି କିଛି ସମୟ ପାଇଁ ଯୁକ୍ତିତର୍କ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବାରୁ ପୁଲିସ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ପୀତାମ୍ବର କହିଥିଲେ। ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)