/odishatv-khabar/media/post_attachments/uploadimage/library/16_9/16_9_0/Nalini-Pradhan-1234_1626760118.jpg)
Nalini-Pradhan
ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପରେ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।
Advertisment
ତେବେ ଏହାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏନେଇ ହାଇକୋର୍ଟରେ ଆବେଦନ କରାଯିବ ବୋଲି ବିଜେପି ଧମକ ଦେଇଛି। ବେଆଇନ ଭାବେ ଶୁଣାଣି କରାଯାଇଛି ବୋଲି ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି।
ନଳିନୀ ବିଜେଡିରୁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ହେଲେ ତାଙ୍କ ବିରୋଧରେ ନୀତେଶ ଅଫିସ ଅଫ୍ ପ୍ରଫିଟ୍ ଅଭିଯୋଗ ଆଣିବାରୁ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚାଇ ଦିଆଯାଇଥିଲା। ଏନେଇ ଜିଲ୍ଲାପାଳ ଉଭୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ମାମଲାର ଶୁଣାଣି କରିବା ସହ ନଳିନୀଙ୍କ ପ୍ରାର୍ଥିପତ୍ର କାଏମ ରଖିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)