Advertisment

Youth Performs Dandavat for Love: ପ୍ରେମିକା ପାଇଁ ପ୍ରେମିକର କୁଛ୍ର ସାଧନା; ଗାର୍ଲଫ୍ରେଣ୍ଡକୁ ସଦବୁଦ୍ଧି ଦେବାକୁ ଦଣ୍ଡ ପ୍ରଣାମ

ପ୍ରେମିକା ପାଇଁ ପ୍ରେମିକର କୁଛ୍ର ସାଧନା। ଗାର୍ଲଫ୍ରେଣ୍ଡକୁ ସଦବୁଦ୍ଧି ଦେବାକୁ ଶିବରାତ୍ରୀରେ ଦଣ୍ଡ ପ୍ରଣାମ। ଚର୍ଚ୍ଚାରେ ମୁନିଗୁଡ଼ାର ଲୋକନାଥ ଡଙ୍ଗରୀ। ଅମ୍ବାଦଳା କପିଳେଶ୍ୱର ମନ୍ଦିରକୁ ଯାଇ କଲେ ମାନସିକ।

author-image
Pramod Behera
Youth Performs Dandavat for Love

ପ୍ରେମିକା ପାଇଁ ପ୍ରେମିକର କୁଛ୍ର ସାଧନା Photograph: (OTV)

ଲଭ୍ କେ ଲିଏ କୁଛ ଭି କରେଗା। ଯାହାର ଏକ ଜୀବନ୍ତ ପ୍ରମାଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ। ଅବୁଝା ପ୍ରେମିକାକୁ ଫେରି ପାଇବା ପାଇଁ ଜଣେ ଯୁବକ ଗତକାଲି ଶିବରାତ୍ରୀରେ ଯେଉଁ ଭଳି କଷ୍ଟସାଧ୍ୟ ମାନସିକ ରଖି ମହାଦେବଙ୍କ ପାଖକୁ ଯାଇଛନ୍ତି- ତାକୁ ନେଇ ବେଶ୍ ଚର୍ଚ୍ଚା।

Advertisment

ଠାକୁର ଚାହିଁଲେ ସବୁ ସମ୍ଭବ। ପାଖକୁ ଫେରିବ ଅବୁଝା ପ୍ରେମିକା। ସତେଜ ବି ହେବ ପୁରୁଣା ପ୍ରେମ। ଏଇ ବିଶ୍ବାସ ରଖି ଜାଗରରେ ଯୁବକଙ୍କ ଅଭିନବ ଶିବ ଭକ୍ତି। ଗାମୁଛା ଖଣ୍ଡେ ଥୋଇ ଦଣ୍ଡ ପ୍ରଣାମ କରି କରି ୪ କିଲୋମିଟର ବାଟ ଅତିକ୍ରମ କରିଛନ୍ତି ମୁନିଗୁଡା ବ୍ଲକ ଡାଙ୍ଗବାଡ଼ି ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ଲୋକନାଥ ଡଙ୍ଗରି। ଦଣ୍ଡ ପ୍ରଣାମ କରି ଆମ୍ଳାଭଟ୍ଟା ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି କପିଳେଶ୍ବର ମହାଦେବଙ୍କୁ ଜଣାଇଛନ୍ତି ମନ କଥା।

ତେବେ ପ୍ରେମ ପାଇଁ ଏତେ ବଡ଼ କଷ୍ଟକର ମାନସିକ। ଯିଏ ଶୁଣୁଛି ଲୋକନାଥଙ୍କ ପାଖେ ଟିକେ ଅଟକି ଯାଉଛି। ବୁଝୁ ବୁଝୁ ଜଣା ପଡ଼ିଥିଲା- ଲୋକନାଥ ଉଚ୍ଚ ଶିକ୍ଷିତ। ଚେନ୍ନାଇର ଏକ କଂପାନୀରେ ଅପରେଟର ଭାବେ କାମ କରନ୍ତି। ସେଠି ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ମନୋମାଳିନ୍ୟ ହୋଇଥିଲା। ତା ପରଠୁ ପ୍ରେମିକା ଆଉ ତାଙ୍କୁ ଆଡ଼ ଆଖିରେ ଚାହୁଁ ନାହାଁନ୍ତି। 

Advertisment

ଲୋକନାଥ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ଯୁବତୀ ଜଣକ ଧରା ଛୁଆଁ ଦେଉନାହାନ୍ତି। ସବୁଆଡୁ ନିରାଶ ହେବା ପରେ ଶେଷରେ ଲୋକନାଥ, ଭୋଳନାଥଙ୍କ ଶରଣ ପଶିଛନ୍ତି। ତାଙ୍କ ଗାଁ ପାଖ କପିଳେଶ୍ବର ମହାଦେବ ଭାରି ପ୍ରସିଦ୍ଧ ବୋଲି ଶୁଣିବା ପରେ ବିଶ୍ବାସ ରଖି- ଗତକାଲି ଶିବରାତ୍ରିରେ ଦଣ୍ଡ ପ୍ରଣାମ ଭଳି କଷ୍ଟସାଧ୍ୟ ମାନସିକ ରଖି ୪ କିଲୋମିଟର ଅତିକ୍ରମ କରିଥିଲେ। 

ନିଜ ଗାଁରୁ ରାତି ୩ଟାରେ ଆରମ୍ଭ ହୋଇଥିବା ଦଣ୍ଡ ପ୍ରଣାମ ଅପରାହ୍ନ ଯାଏଁ ଚାଲିଥିଲା। ବଡ଼ କଥା ହେଲା ଲୋକନାଥଙ୍କୁ ଏଭଳି କଷ୍ଟସାଧ୍ୟ ମାନସିକ ପାଇଁ ତାଙ୍କ ବାପା-ମାଆ ଓ ସଂପର୍କୀୟ ବି ସମର୍ଥନ କରିଥିଲେ। ଯଦିଓ ମନୋମାଳିନ୍ୟର ଅସଲ କାରଣକୁ ଲୋକନାଥ ଖୁଲାସା କରି ନାହାନ୍ତି ତେବେ ଠାକୁରେ ତାଙ୍କ ଗୁହାରି ନିଶ୍ଚେ ଶୁଣିବେ ବୋଲି ଆଶା ରଖିଛନ୍ତି। ଏବେ ଦେଖିବାର କଥା, ଲୋକନାଥଙ୍କ ଗୁହାରି କେତେଶୀଘ୍ର ଶୁଣୁଛନ୍ତି ଭୋଳାନାଥ।

Odisha viral news Rayagada Odisha News
Advertisment
Advertisment