Advertisment

ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା। ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ପୁରୀ ପୋଲିସ ଏଥିଲାଗି କଡ଼ା ପଦକ୍ଷେପ ନେଇଛି। ୧୪୪ ଧାରା…

author-image
Chandan Shishu
ଅଦ୍ୟତନ ହୋଇଛି
ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ

ratha

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା। ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ପୁରୀ ପୋଲିସ ଏଥିଲାଗି କଡ଼ା ପଦକ୍ଷେପ ନେଇଛି। ୧୪୪ ଧାରା ଭିତରେ ହେବ ଚନ୍ଦନ ଯାତ୍ରା। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚତୁପାଶ୍ଵ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। ଆଜି ଦିନ ୩ଟାରୁ ଲାଗିବ ଏହି କଟକଣା ଜଳକ୍ରୀଡ଼ା ପାଇଁ ଦୁଇ ଚାପ ଓ ଚନ୍ଦନ ଚକଡ଼ା ମଧ୍ୟ ପ୍ରସ୍ତୁତ ହୋଇ ରହିଛି।
ସେପଟେ ରଥ କାଠ ଅନୁକୂଳ ପାଇଁ ୩ ଖଣ୍ଡ ଧଉରା କାଠ ମଧ୍ୟ ରଖାଯାଇଛି। ଅକ୍ଷୟ ତୃତୀୟା ଅବସରରେ ଆଜି ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରାଯିବ। ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦ ଓ ଭଦ୍ରା ଚାପ ଖେଳ ଆରମ୍ଭ ହୋଇଛି। ନନ୍ଦା ଚାପରେ ମଦନମୋହନ ଭୂଦେବୀ, ଶ୍ରୀଦେବୀ ବିରାଜମାନ ହୋଇଛନ୍ତି।
ସେହିପରି ଭଦ୍ରା ଚାପରେ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ବିରାଜମାନ ହୋଇ ଚାପ ଖେଳିଥିଲେ। ଚନ୍ଦନ ଯାତ୍ରା ଲାଗି ନରେନ୍ଦ୍ର ପୁଷ୍କରିଣୀ ଚତୁପାର୍ଶ୍ୱ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହୋଇଛି ୧୪୪ ଧାରା। ୨୧ ଦିନ ଧରି ଏହି କଟକଣା ଜାରି ରହିବ। ଏହି ସମୟରେ ସାଧାରଣ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏହାସହ ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୁଳ ହୋଇଛି। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ରଥ ଅନୁକୁଳ କାକାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ବିଶ୍ୱକର୍ମାଙ୍କୁ ପ୍ରଦାନ ପରେ ରଥ ଅନୁକୂଳ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥକାଠ ଅନୁକୁଳ ହୋଇଛି। 
କୋଭିଡ୍ କଟକଣା ଭିତରେ ହୋଇଥଛି ରଥ ଅନୁକୂଳ ବିଶ୍ୱକର୍ମା ମହାରଣାଙ୍କ ଉପସ୍ଥିତିରେ ନୂତନ ରଥ କାଠ ପୂଜା କରାଯାଇଥିଲା। ଅନ୍ୟପଟେ ଆଜି ସଉରା ଆଦିବାସୀଙ୍କ ଆରାଧ୍ୟ ଦେବତା ଅକ୍ଷର ବ୍ରହ୍ମଙ୍କ ଠାରେ ମଧ୍ୟ ରୀତିନୀତି ଅନୁସାରେ ଆଦିବାସୀ ସେବକଙ୍କ ଦ୍ୱାରା ଅକ୍ଷୟ ତୃତୀୟା ପୂଜା କରାଯାଇଥିଲା। କୋଭିଡ କଟକଣାକୁ ନଜରରେ ରଖି କେବଳ ସେବକ ଓ ମହାରଣାଙ୍କୁ ନେଇ ବିନା ଭକ୍ତରେ ପୂଜା କରାଯାଇଛି।
ଦେବାଦେବୀଙ୍କ ମନ୍ଦିର ଯାଉଥିବେ ହେଲେ କେବେ କୃଷକ ମନ୍ଦିର ଯାଇଛନ୍ତି? ମନ୍ଦିରରେ ସାଧାରଣତଃ ଦେବଦେବୀଙ୍କ ପୂଜା ଅର୍ଚ୍ଚନା ହୋଇଥାଏ କିନ୍ତୁ କୃଷକ ମନ୍ଦିରରେ ଦେବତା ସାଜିଛନ୍ତି କୃଷକ କଟକ ଜିଲ୍ଲା ମାହାଙ୍ଗାର ମଣିଜୋରି ଗାଁରେ ରହିଛି ଏହି ମନ୍ଦିର। ଯେଉଁଠି କୃଷକ ଦେବତାଙ୍କୁ ହଳ ଲଙ୍ଗଳ ଧରି ଠିଆ ହେବାର ଦେଖାଯାଏ। ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ମାନେ ଆସି କୃଷକ ମୂର୍ତ୍ତିକୁ ପୂଜା ଅର୍ଚ୍ଚନା କରନ୍ତି କିନ୍ତୁ ଅକ୍ଷୟ ତୃତୀୟା ଦିନ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଥାଏ।
Advertisment
Advertisment
Advertisment