Advertisment

ପ୍ରଥମ ଥର ପାଇଁ ନିଲାମ ହେବ ରଥଯାତ୍ରା ସିଧା ପ୍ରସାରଣ

ଭୁବନେଶ୍ୱର / ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେ ଠୁ ବି କମ୍ ସମୟ। କିଏ ପୁରୀ ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ପ୍ରସ୍ତୁତି କଲାଣି, ତ ଆଉ କିଏ ଟିଭି ପରଦାରେ ଏହାର ସିଧାପ୍ରସାରଣ ଦେଖିବାକୁ ଆଶା ବାନ୍ଧିଛି। ଏଭଳି ସ୍ଥିତିରେ, ସାମ୍ନାକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନର ଏକ ନୋଟିସ୍। ଏଣିକି ଯେକୌଣସି ଚ୍ୟାନେଲ କରିପାରିବେନି ପୁରୀ ରଥାଯାତ୍ରାର ସିଧା ପ୍ରସାରଣ। ବିଡିଂ ଜରିଆରେ ଗୋଟିଏ ଚ୍ୟାନେଲ୍‌କୁ ମିଳିବ ସିଧା ପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ […]

author-image
Pradesh Pratyush
ପ୍ରଥମ ଥର ପାଇଁ ନିଲାମ ହେବ ରଥଯାତ୍ରା ସିଧା ପ୍ରସାରଣ

ratha

ଭୁବନେଶ୍ୱର / ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେ ଠୁ ବି କମ୍ ସମୟ। କିଏ ପୁରୀ ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ପ୍ରସ୍ତୁତି କଲାଣି, ତ ଆଉ କିଏ ଟିଭି ପରଦାରେ ଏହାର ସିଧାପ୍ରସାରଣ ଦେଖିବାକୁ ଆଶା ବାନ୍ଧିଛି। ଏଭଳି ସ୍ଥିତିରେ, ସାମ୍ନାକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନର ଏକ ନୋଟିସ୍।

Advertisment

publive-imageଏଣିକି ଯେକୌଣସି ଚ୍ୟାନେଲ କରିପାରିବେନି ପୁରୀ ରଥାଯାତ୍ରାର ସିଧା ପ୍ରସାରଣ। ବିଡିଂ ଜରିଆରେ ଗୋଟିଏ ଚ୍ୟାନେଲ୍‌କୁ ମିଳିବ ସିଧା ପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ ଆରମ୍ଭ କରି, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ, ଏସବୁର ସିଧାପ୍ରସାରଣ ଅଧିକାର ପାଇଁ ହେବ ବିଡିଂ। ଏଥିଲାଗି ଆସନ୍ତା ୧୦ ତାରିଖ ସୁଦ୍ଧା ଆବେଦନ କରିବାକୁ କହିଛି ଶ୍ରୀମନ୍ଦିର ପ୍ରଶାସନ। ଯେଉଁ ସଂସ୍ଥା  ଅଧିକ ଟଙ୍କା ଦେବ, ତାକୁ ରଥଯାତ୍ରା ସିଧା ପ୍ରସାରଣ କରିବାର ଅଧିକାର ମିଳିବ।

 ନଜର ପକାନ୍ତୁ ଏଥିପାଇଁ ରଖାଯାଇଥିବା ସର୍ତ୍ତାବଳୀ ଉପରେ 

- ଅତିକମ୍‌ରେ ୫ ବର୍ଷ ଅଭିଜ୍ଞତା ଥିବା ଟିଭି ଚ୍ୟାନେଲକୁ ବିଡିଂରେ ଭାଗ ନେବାକୁ ସୁଯୋଗ ମିଳିବ।

Advertisment

- ଅଧିକୃତ ଚ୍ୟାନେଲ୍ ପୁରୀ ସହରରେ ସର୍ବସାଧାରଣରେ ଲାଇଭ୍ ଭିଡିଓ ଦେଖାଇପାରିବ ନାହିଁ।

- ତେବେ ସଂପୃକ୍ତ ସଂସ୍ଥା ଜାତୀୟ ଚ୍ୟାନେଲ ଦୂରଦର୍ଶନକୁ ଲାଇଭ୍ ଫିଡ୍ ମାଗଣାରେ ଉପଲବ୍ଧ କରାଇବ।

- ଏନେଇ କୌଣସି ଦ୍ୱନ୍ଦ୍ୱ ଦେଖାଦେଲେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିଷ୍ପତ୍ତି ସର୍ବମାନ୍ୟ ହେବ।

ପୂର୍ବରୁ ରଥାଯାତ୍ରାର ସିଧାପ୍ରସାରଣ ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମକୁ ସ୍ୱାଧୀନତା ମିଳୁଥିବା ବେଳେ, ହଠାତ୍ କେଉଁ ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଗଲା ସେନେଇ ପ୍ରଶାସନ ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ।

ରଥଯାତ୍ରା ସିଧାପ୍ରସାରଣକୁ ବ୍ୟବସାୟକରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଏଭଳି ତରବରିଆ ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ପରିଚାଳନା କମିଟି କିମ୍ବା ଛତିଶା ନିଯୋଗ ସହ ଆଲୋଚନା ନକରି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବାରୁ ସ୍ଥାନୀୟ ଜନ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟଙ୍କ ସମେତ ସେବାୟତ ଓ ବୁଦ୍ଧିଜୀବୀ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି।

ପୂର୍ବରୁ ବିଭିନ୍ନ ଚ୍ୟାନେଲ୍ ମୁକ୍ତ ଭାବେ ରଥଯାତ୍ରାର ସିଧା ପ୍ରସାରଣ କରୁଥିବା ବେଳେ ପ୍ରଶାସନର ବିଭିନ୍ନ ପରିଚାଳନାଗତ ତ୍ରୁଟି ସାମ୍ନାକୁ ଆସୁଥିଲା। ତେଣୁ ରାଜସ୍ୱ ଆଦାୟ ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ଅଛି ତାକୁ ନେଇ ଉଠିଛି ପ୍ରଶ୍ନ।

ଅନ୍ୟପକ୍ଷରେ ସର୍ବୋଚ୍ଚ ବିଡ୍  ଥିବା ସଂସ୍ଥା ସିଧା ପ୍ରସାରଣ ଅଧିକାର ପାଇବ ନା  ଅନ୍ୟ କାହାକୁ ଦିଆଯିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ବି ଶ୍ରୀମନ୍ଦିର ପ୍ରଶାସନ ନେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିବାରୁ ବିଡିଂ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଛି।

Advertisment
Advertisment