Advertisment

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ପରମ୍ପରା ରକ୍ଷା ଓ  ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ କେମିତି ବିଧିରକ୍ଷା କରାଯାଇପାରିବ ସେନେଇ ଆଜି ସଂଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ। ତେବେ ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜା […]

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

gajapati raja

Advertisment

ପୁରୀ: ଶ୍ରୀମନ୍ଦିର ଭିତରେ ପରମ୍ପରା ରକ୍ଷା ଓ  ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ କେମିତି ବିଧିରକ୍ଷା କରାଯାଇପାରିବ ସେନେଇ ଆଜି ସଂଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ।

Advertisment

ତେବେ ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜା କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ। ବାହାରେ ରଥଯାତ୍ରା ହୋଇପାରିବନି ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ରାୟ ଅନୁଯାୟୀ ଏବର୍ଷ ଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ସମ୍ଭବ ନୁହେଁ। କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏ ନିଷ୍ପତ୍ତି ନିଆଯାଇଛି ବୋଲି ଗଜପତି ମହାରାଜା କହିଛନ୍ତି।

ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। କ’ଣ କେମିତି କରାଯାଇ ପାରିବ ସମସ୍ତଙ୍କ ସହ ଏନେଇ ଆଲୋଚନା ହେବ। ଆଜି ସଂଧ୍ୟାରେ ନିଷ୍ପତ୍ତି ହେବା ଆଶା କରାଯାଉଛି। ତେବେ ନିଷ୍ପତ୍ତି ପରେ କାଲି ସକାଳେ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯିବୁ ଓ ଶଙ୍କରାଚାର୍ଯ୍ୟଙ୍କ ପାଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି।

Advertisment

ଏହା ଆଗରୁ ଘୋଷଯାତ୍ରା ସ୍ଥଗିତ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇବା ପରେ ପ୍ରତିକ୍ରିୟା ରଖିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କୋର୍ଟ ଦେଇଥିବା ରାୟ ସ୍ୱାଗତଯୋଗ୍ୟ ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ। ତଥାପି ଅତ୍ୟାବଶ୍ୟକ ବ୍ୟକ୍ତିଙ୍କ ଦ୍ୱାରା ଶାସ୍ତ୍ରସମ୍ମତ, ପରମ୍ପରାପ୍ରାପ୍ତ ଏବଂ ପୁନର୍ବିଚାର ଦ୍ୱାରା ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟକୁ ଅପେକ୍ଷା ରହିବ ବୋଲି ମତ ରଖିଛନ୍ତି ଜଗତଗୁରୁ। ଏହାଦ୍ୱାରା ରଥାରୁଢ଼ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜଗତଗୁରୁ।

ଏପଟେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଦୁଇଟି ପିଟିସନ ଦାୟର କରାଯାଇଛି। ଗୋଟିଏ ଅଫତାଭ ହୁସେନ୍‌ ଓ ଅନ୍ୟଟି ଓଡ଼ିଶା ନଜଜାଗାରଣ ମଞ୍ଚ ପକ୍ଷରୁ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ପିଟିସନ ଦାୟର କରି ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଛନ୍ତି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ଆବେଦନ କରିଛନ୍ତି। ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ସେ ଆବେଦନ କରିଛନ୍ତି ଅଫତାବ। 

Advertisment

Odisha Puri Puri Rath Yatra News In Odia Puri Ratha Jatra 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ