/odishatv-khabar/media/post_attachments/uploadimage/library/16_9/16_9_0/rape_1622912592.jpg)
rape
ନୟାଗଡ: ୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ। ୭ ବର୍ଷ ତଳେ ଫେରାର ଗଣଦୁଷ୍କର୍ମ ଅଭିଯୁକ୍ତ ଭାସ୍କର ସାହୁକୁ ନୟାଗଡ଼ରୁ ଗିରଫ କରିଛି ପୋଲିସ୍ର ସ୍ପେଶାଲ ସ୍କ୍ବାଡ୍। ଭୁବନେଶ୍ୱର କୋର୍ଟ ପରିସରରୁ ଫେରାର ମାରିଥିବା ଭାସ୍କର ୨୦୧୪ ମସିହାରେ ଏକ ଗଣଦୁଷ୍କର୍ମ ମାମଲାରେ ହାଜର ପାଇଁ କୋର୍ଟ ଆଣିବା ବେଳେ ଚମ୍ପଟ ମାରିଥିଲା। ତେବେ ଅପରେସନ୍ ବ୍ରିଙ୍ଗ ବ୍ୟାକ୍ ଜରିଆରେ ଭାସ୍କରକୁ ଗିରଫ କରାଯାଇଛି। ସେବେଠୁ ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା।
ତେବେ ଲକ୍ଡାଉନ୍ ବେଳେ ସେ ଘରକୁ ଆସିଛି ବୋଲି ପୋଲିସ ସୂଚନା ପାଇ ଚଢାଉ କରିଥିଲା। ଏହାପରେ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ୍। ଗତ କିଛି ଦିନ ଭିତରେ ଏହି ଅପରେସନ୍ ମାଧ୍ୟମରେ ପୋଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଆଗକୁ ମଧ୍ୟ ଅପରେସନ୍କୁ ଆହୁରି ଜୋରଦାର କରାଯିବ ବୋଲି ସ୍ପେଶାଲ ସ୍ୱାଡ୍ ଏସ୍ପି ସୂଚନା ଦେଇଛନ୍ତି। ଏଥିପାଇଁ କିଛି ଫେରାର ଅପରାଧୀଙ୍କ ତାଲିକା ମଧ୍ୟ ହୋଇଛି।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)