Advertisment

ଭାଙ୍ଗିଲା ବହୁ ଚର୍ଚ୍ଚିତ ରଙ୍ଗଶାଳା !

ଯାଜପୁର  : ଭାଙ୍ଗିଲା ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଭାଙ୍ଗି ମାଟିରେ ମିଶାଇଛି ପ୍ରଶାସନ। ଘଟଣାସ୍ଥଳରେ ୪ ମାଜିଷ୍ଟ୍ରେଟ ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବାଲିଗିରି ଠାରେ ଥିବା ବିବାଦୀୟ ଗେଷ୍ଟ ହାଉସକୁ ଉଚ୍ଛେତ ପୂର୍ବରୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ହରିଦାସପୁର ସରପଞ୍ଚଙ୍କ […]

author-image
Pradesh Pratyush
ଭାଙ୍ଗିଲା ବହୁ ଚର୍ଚ୍ଚିତ ରଙ୍ଗଶାଳା !

jajpur-1-1

ଯାଜପୁର  : ଭାଙ୍ଗିଲା ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଭାଙ୍ଗି ମାଟିରେ ମିଶାଇଛି ପ୍ରଶାସନ। ଘଟଣାସ୍ଥଳରେ ୪ ମାଜିଷ୍ଟ୍ରେଟ ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ବାଲିଗିରି ଠାରେ ଥିବା ବିବାଦୀୟ ଗେଷ୍ଟ ହାଉସକୁ ଉଚ୍ଛେତ ପୂର୍ବରୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମର୍ଥକ ତଥା ତାଙ୍କ ସରପଞ୍ଚ ପତ୍ନୀ ଉଚ୍ଛେଦକୁ ପ୍ରବଳ ବିରୋଧ କରିଥିଲେ । ତେବେ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବୁଲଡୋଜର ଚଢ଼ାଇ ବେଆଇନ ଘରକୁ ଭାଙ୍ଗି ଦେଇଥିଲେ।

ଉଲ୍ଲେଖନୀୟ ଯେ, ଅକ୍ଟୋବର ୧୬ ତାରିଖରେ ଏହି ରଙ୍ଗଶାଳାରୁ ସନ୍ଦେହଜନକ ଅବସ୍ଥାରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରା ଏବେ ଜେଲରେ ଅଛି।

Advertisment

Advertisment
Advertisment